ଚିନ୍ତା ବଢାଇଲାଣି ଶ୍ରୀମନ୍ଦିର ସୁରକ୍ଷା : ବାରମ୍ବାର ଭାଇରାଲ୍ ହେଉଛି ଭିତରର ଭିଡିଓ ଆଉ ଫଟୋ, ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | December 25, 2019 IST

ପୁରୀ ୨୫।୧୨: ପୋଲିସକୁ ଘାରିଛି ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କେମିତି ଶ୍ରୀମନ୍ଦିରର ଫଟୋ, ଭିଡ଼ିଓ ଭାଇରାଲ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଗତ ୨୧ ତାରିଖରେ ଚାହାଣୀ ମଣ୍ଡପରେ ଜଣେ ଯୁବକ ମୋବାଇଲରେ କଥା ହେଉଥିବା ଦେଖିବାକୁ ମିଳିଥିଲା ଆଉ ସେହିଦିନ ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ସନ୍ଦେହ ସୃଷ୍ଟି ହୋଇଛି ।ତେଣୁ ନିୟମ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରଦ୍ଧାଳୁ ଦାବି କରିଛନ୍ତି ।

{"id":202524,"sizeSlug":"large"}

ଚିନ୍ତା ବଢ଼ାଇଲାଣି ଶ୍ରୀମନ୍ଦିର ସୁରକ୍ଷା। ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଶ୍ରୀମନ୍ଦିର ଭିତରର ଭିଡିଓ ଆଉ ଫଟୋ । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ମନ୍ଦିର ଭିତରେ ପଶୁଛି ମାଳମାଳ ମୋବାଇଲ ଫୋନ ।କେତେବେଳେ ବାଇଶି ପାହଚରେ ପିଣ୍ଡ ଦାନର ଦୃଶ୍ୟ ତ କେତେ ଚାହାଣି ମଣ୍ଡପର ଫଟୋ ଭାଇରାଲ ହେଉଛି । ଫଳରେ ଶ୍ରୀଜିଉଙ୍କ ଗୋପନ ନୀତି ପଦାରେ ପଡୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

{"id":202525,"sizeSlug":"large"}

ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବାରୁ ଚାରିଦ୍ବାରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲାଗିଥିବା ବେଳେ କ୍ଲୋଜସର୍କିଟ କ୍ୟାମେରା ମାଧ୍ୟମରେ ସମସ୍ତ ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ପୋଲିସ, ଓଆଇଏସଏଫ ଯବାନ ଓ ସାଧାପୋଷାକରେ ପୋଲିସ ନିୟୋଜିତ ହେବା ସତ୍ତ୍ବେ କାହିଁକି ଏବଂ କେମିତି ଫଟୋ ଭାଇରାଲ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ପାଇଁ ପ୍ରତିବନ୍ଧକ ରହିଛି । ତେଣୁ ଫଟୋ ଭିଡିଓ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ଶ୍ରଦ୍ଧାଳୁ ।

{"id":202526,"sizeSlug":"large"}

ଅତୀତରେ ଅନେକ ଫଟୋ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତଙ୍କୁ ଡାକି ତଦନ୍ତ କରିଛି ପୋଲିସ ।କେଉଁ ପରିସ୍ଥିତିରେ ଓ କାହିଁକି ଏପରି ଘଟଣା ସେମାନେ ଘଟାଇଛନ୍ତି ତାହାର ତଦନ୍ତ ମଧ୍ୟ ହୋଇଛି । କିନ୍ତୁ ଅତ୍ୟାଧିକ ଗହଳି ସମୟରେ ଠେଲାପେଲାର ସୁଯୋଗ ନେଇ କିଛି ଶ୍ରଦ୍ଧାଳୁ ଏପରି କରିଥିବା ପୋଲିସ ଜାଣିବାକୁ ପାଇଛି। ତେଣୁ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ପୁରୀ ଏସପି ।

{"id":202527,"sizeSlug":"large"}

ଲକ୍ଷ ଲକ୍ଷ ଭକ୍ତ ତଥା ଓଡ଼ିଆଙ୍କ ଭାବାବେଗ ଓ ଆସ୍ଥା ବିଶ୍ବାସ ସହ ଜଡ଼ିତ ଶ୍ରୀମନ୍ଦିର ଓ ଶ୍ରୀଜିଉଙ୍କ ନୀତିକାନ୍ତି । ତେଣୁ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଭକ୍ତଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.