ଦୁର୍ଗାପୂଜା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି ; ସହରରେ ମୋଟ୍ ୪୫ ପ୍ଲାଟୁନ୍ ଫୋର୍ସ ମୁତୟନ
15/10/2018 at 11:29 AM

କଟକ ୧୫|୧୦: ଦୁର୍ଗାପୂଜା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି । ଶୃଙ୍ଖଳିତ ଭାବେ ପୂଜା ପରିଚାଳନା କରିବାକୁ ସହରରେ ମୋଟ୍ ୪୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ସେହିପରି ୩୯ ଜଣ ଡିଏସପି, ୫୮ ଜଣ ଇନସ୍ପେକ୍ଟରଙ୍କ ସହ ୩ ପ୍ଲାଟୁନ୍ ସିଆରପିଏଫ ଓ ୩ ପ୍ଲାଟୁନ୍ ଆରଏପିଏଫ୍ ନିୟୋଜିତ ଅଛନ୍ତି । ଟ୍ରାଫିକ୍ ପରିଚାଳନା ପାଇଁ ସହରକୁ ୪ଟି ଜୋନ୍ ଓ ୮ଟି ସେକ୍ଟରରେ ବିଭକ୍ତ କରାଯାଇଛି । ୨ ଜଣ ଅତିରିକ୍ତ ଡିସିପି ଓ ୫ ଜଣ ଏସିପି ଟ୍ରାଫିକ୍ ଦାୟିତ୍ବରେ ରହିବେ । ଆଜିଠୁ କଟକ ସହରରେ ଟ୍ରାଫିକ୍ ବ୍ୟବସ୍ଥା କଟକଣା କରାଯାଇଛି । ସନ୍ଧ୍ୟାରେ ମୁଖ୍ୟ ରାସ୍ତାମାନଙ୍କରେ ୱାନୱେ ଟ୍ରାଫିକ୍ ବ୍ୟବସ୍ଥା ଲାଗୁ ହୋଇଛି । ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲାଗୁ ହେବ । ଦଶହରା ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ଜାରି ରହିବ ।
Related Posts
ଡିଲ୍ବେଳେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023