୨୫ରେ ରାହୁଲଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ଆରମ୍ଭ ହେଲା କଂଗ୍ରେସର ସଙ୍କଳ୍ପ ପରିବର୍ତ୍ତନ ସମାବେଶ ରଥ

Published By : Prameya-News7 Bureau | January 23, 2019 IST

ଭୁବନେଶ୍ବର ୨୩|୧: ୨୫ ରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି । ଭୁବନେଶ୍ବର ଏୟାରପୋର୍ଟରେ ପହଁଚିବା ପରେ ରାହୁଲଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ କର୍ମିମାନେ ତମାଣ୍ଡୋ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନେବେ । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ସେହିଭଳି ରାହୁଲଙ୍କ ସୁରକ୍ଷା ପାଇଁ ତମାଣ୍ଡୋମିନି ଷ୍ଟାଡିୟମକୁ ପରିଦର୍ଶନ କରିଛନ୍ତି  ଏସପିଜି ଓ କମିସନରେଟ ପୋଲିସର ଅଧିକାରୀ ମାନେ ।

{"id":77270}

ଓଡିଶା ଆସିବେ ରାହୁଲ । ଏଥିପାଇଁ ସାରା ରାଜ୍ୟରେ ବୁଲିଲାଣି ସଙ୍କଳ୍ପ ପରିବର୍ତ୍ତନ ସମାବେଶ ରଥ । ଏହି ରଥକୁ ବୁଧବାର କଂଗ୍ରେସ ଭବନରେ ଉଦଘାଟନ କରିଛନ୍ତି ଏଆଇସିସି ସମ୍ପାଦକ ରୁଦ୍ର ରାଜୁ । ଆଜିଠାରୁ ଏହି ରଥ ସାରା ରାଜ୍ୟରେ ସଚେତନତାର ବାର୍ତ୍ତା କଂଗ୍ରେସ ପାଇଁ ବାଣ୍ଟିବ। ଏହା  ସହିତ ୨୫ ତାରିଖରେ ରାହୁଲ ଗାନ୍ଧି ଭୁବନେଶ୍ବର ଆସୁଥିବାରୁ ତାଙ୍କ  ସମାବେଶକୁ ଲୋକ ମାନଙ୍କୁ ଆସିବାପାଇଁ ଆହ୍ବାନ କରିବ । ଏହି ରଥରେ ବିଜେଡି ଓ ବିଜେପିର ସାସନ କାଳ ମଧ୍ୟରେ ହୋଇଥିବା ଦୁର୍ନିତି ଭ୍ରଷ୍ଟାଚାର ଚାଷୀ ମାରଣ ନିତି ସହିତ ଲୋକ ମାନଙ୍କୁ କିଭଳି ଏହି ଦୁଇ ସରକାର ଭକୁଆ ବନାଉଛନ୍ତି ତାହାର ବିରୋଧରେ ଜନ ସଚେତନ କରିବ ।

{"id":77272}

ସେପଟୋ ରାହୁଲ ଗାନ୍ଧିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦେଖି ସୁରକ୍ଷା ବ୍ୟବସ୍ତାକୁ କଡା କଡି କରାଯାଇଛି । ବୁଧବାର ସକାଳୁ ତମାଣ୍ଡୋ ମିନି ଷ୍ଟାଡିୟମକୁ ନିଜ ଅକ୍ତିଆରକୁ ନେଇଛି ଏସପିଜି । ଭିତରେ ଚାଲିଥିବା ଷ୍ଟେଜ ବ୍ୟାରିକେଟ ଓ ରାହୁଲ ଆସି କେଉଁଠାରେ କାରରୁ ଓହ୍ଲାଇବେ ସେ ସ୍ଥାନ ନିରୁପଣ କରିଛି ଏସପିଜି । ଏଥି ସହିତ କମିସନରେଟ ପୋଲିସର ଆଡିସିନାଲ କମିସନର ଓ ଭୁବନେଶ୍ବର ଡିସିପି ମଧ୍ୟ ରାହୁଲ ଆସିବାକୁ ଥିବା ମିନି ଷ୍ଟାଡିୟମ ବାହାର ଗାଡି ପାର୍କିଂ ସ୍ଥାନ ଓ ସମ୍ପୁର୍ଣ୍ନ ରାସ୍ତାକୁ ପରିଦର୍ଶନ କରିଛନ୍ତି ।

{"id":77273}

ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟ କଂଗ୍ରେସ , ଯୁବ କଂଗ୍ରେସ , ଛାତ୍ର କଂଗ୍ରେସ , ମହିଳା କଂଗ୍ରେସ  ସମେତ ରାଜ୍ୟର ସମସ୍ତ କଂଗ୍ରେସ କର୍ମି ଜୋରଦାର ଉଦ୍ୟମ ଚଳାଇଛନ୍ତି । ୨୦୧୯ ନିର୍ବାଚନ ପୁର୍ବରୁ ରାହୁଳଙ୍କ ଓଡିଶା ଗସ୍ତ ନିସ୍ତିତ କଂଗ୍ରେସ କର୍ମିମହଲରେ ଉସ୍ଶାହ ଆଣିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.