ଏମସିଡି ନିର୍ବାଚନ ଉପରେ ନଜର ରଖିବ ୬୦ ଡ୍ରୋନ, ୪୦,୦୦୦ ପୋଲିସକର୍ମୀ ହେବେ ନିୟୋଜିତ

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ରବିବାର ଭୋଟିଂ ହେବ । ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ପ୍ରାୟ ୪୦,୦୦୦ ପୋଲିସକର୍ମୀ, ୨୦,୦୦୦ ହୋମଗାର୍ଡ ଏବଂ ଅର୍ଦ୍ଧସୈନିକ ବଳ ତଥା ରାଜ୍ୟ ସଶସ୍ତ୍ର ପୋଲିସ ବଳର ୧୦୮ କମ୍ପାନି ନିୟୋଜିକ ହେବେ । ପୋଲିସ କହିଛି ସମ୍ୱେଦନଶୀଳ କ୍ଷେତ୍ରରେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ୬୦ ଡ୍ରୋନର ବ୍ୟବହାର କରାଯିବ । ଏମସିଡିର ୨୫୦ ୱାର୍ଡରେ ନିର୍ବାଚନକୁ ନଜରରେ ରଖି ପୋଲିସ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ତଥା ମତଦାତାଙ୍କୁ ପ୍ରୋଲଭିତ କରୁଥିବା ଘଟଣା ରୋକିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବ ।

ପୋଲିସ, ଅର୍ଦ୍ଧସୈନିକ ବଳ ଏବଂ ହୋମଗାର୍ଡ ଏଥିପାଇଁ ଅଭ୍ୟାସ ମଧ୍ୟ କରିଛନ୍ତି । ଉତ୍ତର ଦିଲ୍ଲୀ ଡିସିପି ସାଗର ସିଂ କଲସୀ କହିଛନ୍ତି କର୍ମୀମାନଙ୍କୁ ନିରପେକ୍ଷ ଆଚରଣ ପ୍ରଦର୍ଶନ କରିବା, ଉପଦ୍ରବୀଙ୍କୁ ନେଇ ସତର୍କ ରହିବା ଏବଂ ଆଦର୍ଶ ଆଚରଣ ସଂହିତା ଅନୁପାଳନ କରିବାକୁ ପ୍ରୋତ୍ସାହିତ କରାଯାଇଛି।

ଦିଲ୍ଲୀର ସ୍ପେଶାଲ କମିଶନର(ଆଇନ ବ୍ୟବସ୍ଥା) ସାଗର ପ୍ରୀତ ହୁଡ୍ଡା କହିଛନ୍ତି ଯେ ଡିସେମ୍ୱର ୪ରେ ହେବାକୁ ଥିବା ଏମସିଡି ନିର୍ବାଚନ ପାଇଁ ପୋଲିସ ପ୍ରସ୍ତୁତ ଅଛି । ଦିଲ୍ଲୀର ସାଉଥ୍ ଏବଂ ୱେଷ୍ଟ ଅଞ୍ଚଳର ୭ ଜିଲ୍ଲାରେ ପୋଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ସବୁ ବୁଥର ବିଶ୍ଲେଷଣ କରାଯାଇଛି, ସବୁ ପରିସରରେ ପୋଲିସ ମୁତୟନ ରହିବେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.