Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ମୁଁ ଯେଉଁଠି ଠିଆ ହୁଏ ଲାଇନ ସେହିଠାରୁ ଆରମ୍ଭ ହୁଏ, ବାଘ ଭୋକିଲା ମରିଯିବ କିନ୍ତୁ ଘାସ ଖାଇବନି: ତାରା ବାହିନୀ ପତି

6/02/2023 at 10:24 PM

ଜୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପ୍ରଶଂସା ପରେ ନାନା ଚର୍ଚ୍ଚା ଲମ୍ବିଚାଲିଛି।  ତାରା ବିଜେଡିରେ ମିଶିବା ନେଇ ଥମୁନି ଚର୍ଚ୍ଚା ।ଏହା ପରେ ତାରା ବିଜେଡିରେ ମିଶିଯାଇଥିବା ଆଜି କହିଛନ୍ତି କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି।  ଆଉ ମଂଚରେ ହିଁ ତାରା ଏହାର ଜବାବ ଦେଇଥିଲେ ।  କହିଥିଲେ ଶେର ଭୁଖା ମର ଯାଏଗା ଲେକିନ ଘାସ ନେହିଁ ଖାଏଗା।

ବାଘ ଭୋକିଲା ମରିଯିବ କିନ୍ତୁ ଘାସ ଖାଇବନି । ତାରାଙ୍କ ଡାଏଲଗବାଜିରେ କମ୍ପିଲା ସଭା ।  ତାରା କଂଗ୍ରେସ ଛାଡି ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମାରିଛନ୍ତି କିଛି ଫିଲ୍ମଷ୍ଟାଇଲ ଡାଏଲଗ।  ତାରା କହିଛନ୍ତି ବିଜେଡିରେ ମିଶିବା ନେଇ ମତେ ଅନେକ ବାର ଅଫର ଆସିଛି।ଏବେ ବି ଆସୁଛି। ହେଲେ ମୁଁ ରୟାଲ ଟାଇଗର । କଂଗ୍ରେସ ଛାଡିବିନି । ଏମିତି ତ ଚର୍ଚ୍ଚା ସେତେବେଳଠାରୁ ଲମ୍ବିଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ସଭାରେ ତାରା ମୁଖ୍ୟମନ୍ତ୍ରୀଙ୍କୁ ଖୁବ ପ୍ରଶଂସା କରିଥିଲେ। ପୁଣି ଆଜି ଚର୍ଚ୍ଚା ଲମ୍ବିଥିଲା। -ଆଜି ଠାରୁ ଜୟପୁରରେ ଆରମ୍ଭ ହୋଇଛି ଦକ୍ଷିଣାଚଂଳ କୃଷି ମେଳା ।  ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଆଇନ ମନ୍ତ୍ରୀ  ଜଗନ୍ନାଥ ସାରକାଙ୍କ ସହ କୋରାପୁଟ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝୀ ଯୋଗ ଦେଇଥିଲେ।  ଆଉ ସମୟ ଦେଖି ମଂଚ ଉପରେ ହିଁ ଚନ୍ଦ୍ର ଶେଖର କହିଥିଲେ ତାରା ବିଜେଡିରେ ମିଶି ଯାଇଛନ୍ତି। 

ଏ ଖବର ପଢନ୍ତୁ- ୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ମିଳୁନି ସୁରାକ୍, ଗୋପାଳକୁ ମାରାଥନ ଜେରା ପରେ ବି ଖୋଲିନି ଗୁମର

ଚନ୍ଦ୍ରଶେଖରଙ୍କ ଏଭଳି ମତ ଶୁଣି ତାରା ପୁଣି ଡାଏଲଗ ମାରିଥିଲେ। ଫିଲ୍ମ କାଲିଆର ଡାଏଲଗ ମାରିଥିଲେ ତାରା।   ମୁଁ ଯେଉଁଠି ଠିଆ ହୁଏ ଲାଇନ ସେହିଠାରୁ ଆରମ୍ଭ ହୁଏ  । ତେଣୁ ତାଙ୍କ ଉପରେ ବିଜେଡିର ନଜର ।  ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ଅର୍ଥ ବିଜେଡିରେ ମିଶିବା ନୁହଁ ବୋଲି କହିଛନ୍ତି ତାରା ।ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା ଏଥର କେଉଁ ଦଳରୁ ପ୍ରାର୍ଥୀ ହେଉଛନ୍ତି ତାହା ନିର୍ବାଚନ ସମୟରେ ସ୍ପଷ୍ଟ ହେବ।

   Related Posts