ମାତିଛି ମହାବଳ: ବଳଦ ମାରିବା ପରେ ପାହାଡ଼ ଉପରେ ବୁଲୁଛି, ସତର୍କ କରାଇଲା ବନ ବିଭାଗ
27/11/2022 at 8:21 PM

ନାରାୟଣପାଟଣା(ଗିରିଧର ଖୋରା): ଜଙ୍ଗଲରୁ ଆସୁଛି ମହାବାଳ ବାଘ। ଲୋକେ ଭୟଭୀତ। କୋରାପୁଟ ବନ୍ଧୁଗାଁ ସୀମାନ୍ତ ଝଙ୍କରିକାର୍ଲି ଗାଁ ପାହାଡ଼ରେ ମହାବଳ ବାଘ ଏକ ବଳଦକୁ ଶିକାର କରିବା ପରେ ଲୋକଙ୍କ ଭୟ ଆହୁରି ବଢ଼ିଯାଇଛି। ବାଘ ଭୟରେ ଲୋକେ ଘର ଭିତରୁ ବାହାରୁ ନାହାନ୍ତି। ଏପଟେ ବାଘ ମାତିବା ଖବର ପାଇଁ ନାରାୟଣପାଟଣା ରେଞ୍ଜର ଅକ୍ଷୟ କୁମାର ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ସତର୍କ କରାଇଛନ୍ତି।ସହ ବନ କର୍ମଚାରୀଙ୍କ ସହ ମିଶି ଲୋକଙ୍କୁ ଆତଙ୍କିତ ନ ହେବାକୁ ଡ଼ାକବାଜି ମାଧ୍ୟମରେ ସଚେତନ କରାଯାଉଛି।

ବାଘ କେଉଁ ଆଡ଼ୁ ଆସୁଛି କୁଆଡ଼େ ଯାଉଛି ତାର ଗତିବିଧି ଜାଣିବା ପାଇଁ ବନ ବିଭାଗର କର୍ମଚାରୀ ବିଭିନ୍ନ ସ୍ଥାନରେ ଡେରା ପକାଇ ଜଗି ବସିଛନ୍ତି। ବଳଦକୁ ଏଭଳି ଆକ୍ରମଣ ଦେଖି ଏହା ମହାବାଳ ବାଘ ହୋଇପାରେ ବନ କର୍ମଚାରୀ କହୁଛନ୍ତି। ତେବେ ପାଦ ଚିହ୍ନରୁ ମଧ୍ୟ ଏହା ମହାବଳ ବୋଲି ଜଣାପଡ଼ୁଥିବା ବନ ବିଭାଗ କର୍ମଚାରୀ କହିଛନ୍ତି।
କିଛି ଦିନ ତଳେ ଉକ୍ତ ଅଂଚଳ ରେ ବାଘ ବୁଲୁଥିବା ନେଇ ଲୋକେ ବନ ବିଭାଗ କୁ ଜଣେଇବା ପରେ କୋରାପୁଟ DFO,ACF ମଧ୍ୟ ଘଟଣା ସ୍ଥଳରେ ଯାଇ ଫେରିଥିବା ରେଞ୍ଜର ଶ୍ରୀ ପାଢ଼ୀ କହିଛନ୍ତି।