AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ବିପଦରେ ବାଘ ବଂଶ; କଲରାପତରିଆ ବାଘ ଛାଲ ଜବତ, ୩ ବେପାରି ଗିରଫ

18/01/2023 at 10:51 PM

ଉଦଳା ୧୮/୦୧: ବିପଦରେ ବାଘ ବଂଶ। ଶୀକାରିଙ୍କ ଟାର୍ଗେଟ୍‌ରେ ବାଘ। ପୁଣି ଲକ୍ଷାଧିକ ଟଙ୍କାର ବାଘ ଛାଲ ଜବତ କରିଛି ପୋଲିସ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ବଡ଼ଅଳିଆ ଗାଁରେ ଦେଖିବାକୁ ମିଳିଛି। ଗତକାଲି ବା ମଙ୍ଗଳବାର ପୋଲିସ ବଡ଼ଅଳିଆ ଗାଁରେ ଚଢ଼ଉ କରି ୨ ବେପାରୀଙ୍କ ଠାରୁ ବାଘ ଛାଲ ଜବତ କରିଛି। ଅଭିଯୁକ୍ତ ଘର ଭିତରେ ଏକ ବାକ୍ସରେ ଲୁଚାଇ ବାଘଛାଲ ରଖିଥିଲା। ପୋଲିସ ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତ ବେପାରୀକୁ ଗିରଫ କରିଛି। ଜବତ ବାଘଛାଲ ବେପାରୀ କେଉଁଠୁ ଆଣିଲା ଓ ଏଥିରେ ଆଉ କାହାରି ସମ୍ପୃକ୍ତି ଅଛି ଏନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

ଜବତ ଛାଲଟି ଗୋଟିଏ କଲରାପତରିଆ ବାଘର ହୋଇଥିବା ବେଳେ ଏହାର ଲମ୍ବ ୧୬୫ ସେଣ୍ଟିମିଟର। ଏହି ବାଘର ବୟସ ୭ରୁ ୮ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ଏହା ସହିତ ଅଭିଯୁକ୍ତମାନଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। ଏହି ଅଭିଯୋଗରେ ଚିତ୍ତରଞ୍ଜନ ସାହୁ ତ୍ରିଲୋଚନ ସାହୁଙ୍କୁ ପୋଲିସ ଗିରଫ କରିଥିଲା। ସେମାନେ ଭୋଳାଗଡିଆ ଗାଁର ବାସିନ୍ଦା। ଏହାପରେ ସେମାନଙ୍କୁ ବାଘଛାଲ ବିକ୍ରି କରିଥିବା ବେପାରୀ ଗେଣ୍ଡୁରୁ ହୋକୁ ଗିରଫ କରାଯାଇଛି। ସେ ବଣିଆବସା ଗାଁର ବାସିନ୍ଦା।

   Related Posts