ମନ୍ଦିର ନିକଟରୁ ବାଘ ଛାଲ ଜବତ; ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 03, 2023 IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଝର ଦେଇ ମନ୍ଦିର ନିକଟରୁ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ନୟାଗଡ ବନବିଭାଗ ଏବଂ ମହାନଦୀ ବନ୍ୟପ୍ରାଣୀ ବିଭାଗ ମିଳିତ ଚଢ଼ାଉ କରି ବାଘ ଛାଲ ଜବତ କରିବା ସହ ୩ ଅଭିଯୁକ୍ତ ବେପାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଟିପୁରା ଗାଁର ଦାଦା ସୁବାସ ଜେନା ଓ ପୁତୁରା ସୁନିଲ୍ ଜେନା ଏବଂ ବିରୂଡା ଗାଁର  ଆକାଶ ମଲ୍ଲିକ।

ମିଳିଥିବା ସୂଚନା ଅନୁସାରେ, ୩ ବର୍ଷର ଏକ କଲରାପତ୍ରିଆ ବାଘକୁ ଫୁଲବାଣୀ ଜଙ୍ଗଲରେ ଶିକାର କରାଯିବାପରେ ସୁବାସ ଏହାର ଚମଡାକୁ ୫୦ହଜାରଟଙ୍କାରେ କିଣି ଅଧିକ ଟଙ୍କାରେ ବିକ୍ରୀ କରିବାକୁ ଯୋଜନାରେ କରିଥିଲେ। ଏଥିପାଇଁ ସେ ବାଘ ଛାଲକୁ ଆଣି ତାଙ୍କ ପୁତୁରା ସୁନିଲକୁ ଦେଇଥିଲେ। ଖବର ପାଇ ଉଭୟ ବନବିଭାଗ ଏବଂ ମହାନଦୀ ବନ୍ୟପ୍ରାଣୀ ବିଭାଗର କିଛି କର୍ମଚାରୀ ଗ୍ରାହକ ସାଜି ଆସିଥିଲେ।

ପଢ଼ନ୍ତୁ-ଫସଲ ଖାଇବାକୁ ଆସି ଚହଲାରେ ପଡିଲା ଦନ୍ତା, ଉଦ୍ଧାର କଲା ବନବିଭାଗ

ଦର ମୁଲାମୁଲି କରିବା ବେଳେ ବନବିଭାଗ ସୁନୀଲ ଏବଂ ତାର ସାଙ୍ଗ ଆକାଶକୁ ଗିରିଫ କରିବା ସହ ଚମଡ଼ା ଜବତ କରିଥିଲେ । ପରେ ସୁବାସକୁ ଭୂବନେଶ୍ୱରରୁ ଗିରଫ କରିଥିଲା ବନବିଭାଗ । ଶିକାରୀକୁ ଚିହ୍ନଟ କରାଯାଇଛି ଅତିଶୀଘ୍ର ତାକୁ ଗିରଫ କରାଯିବ ବୋଲି ଡିଏଫଓ କ୍ଷମା ଷଢଙ୍ଗୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.