ଡିଲ୍ ବେଳେ ମାଡିବସିଲା ବନ ବିଭାଗ, କଲରାପତରିଆ ବାଘ ଛାଲ ସହ ୫ ଗିରଫ

Published By : Prameya-News7 Bureau | May 26, 2024 IST

ନୂଆପଡା ୨୬।୫: ଛତିଶଗଡ ଉଦନ୍ତୀ ସୀତାନଦୀ ରିଜର୍ଭ ଫରେଷ୍ଟ କର୍ମଚାରୀ ପାଇଥିଲେ ସୁରାକ । ଖଡ଼ିଆଳ ବନ ବିଭାଗକୁ ଖବର ଦେଲାପରେ ଖଡ଼ିଆଳ ରେଞ୍ଜ ହରିପୁର ଗାଁରେ ଠିକ ଡିଲ ବେଳେ ମାଡି ବସିଲା ଖଡ଼ିଆଳ ବନ ବିଭାଗ । କିଛି କର୍ମଚାରୀ ଗ୍ରାହକ ହୋଇ ଯାଇଥିବା ବେଳେ ଅନ୍ୟମାନେ ସୁଯୋଗ ଦେଖି ମାଡି ବସିଲେ । ଏକ କଲରାପତରିଆ ବାଘ ଛାଲ ସହ ୫ ଜଣଙ୍କୁ ଗିରଫ କରିଛି ଖଡ଼ିଆଳ ବନ ବିଭାଗ । ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ଅଜିଜ ଖାନ । ତେବେ କୌଶଳକ୍ରମେ ଦୁଇ ଜଣ ଫେରାର ମାରିଥିବା ବେଳେ ତାଙ୍କ ସହ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ଖୋଜୁଥିବା କହିଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ।

You Can Read :

ଯାଜପୁର ଜିଲ୍ଲାରେ ଆରମ୍ଭ ହେଲା ହୋମ୍ ଭୋଟିଂ, ଘରେ ରହି ଭୋଟ୍ ଦେଲେ ମତଦାତା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.