ଆକ୍ବରିୟମ୍ ଭିତରେ ବୟଫ୍ରେଣ୍ଡଙ୍କୁ କିସ୍ କରୁଥିବାବେଳେ କୃଷ୍ଣାଙ୍କ ଫଟୋ ଭାଇରାଲ୍
29/02/2020 at 5:11 PM

ମୁମ୍ବାଇ ୨୯/୨: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ଅଧିକାଂଶ ସମୟରେ ନିଜ ବୋଲ୍ଡ ଏବଂ ହଟ୍ ଫଟୋ ଯୋଗୁଁ ଇଣ୍ଟରନେଟରେ ଛାଇ ରୁହନ୍ତି। ନିକଟରେ କୃଷ୍ଣା ଆକ୍ବରିୟମ୍ ଭିତରେ ବୟଫ୍ରେଣ୍ଡ ଇବନ୍ ହୟମସଙ୍କୁ ଲିପ୍ ଲକ୍ କରୁଥିବା ନଜର ଆସିଛନ୍ତି।

କୃଷ୍ଣା ଶ୍ରଫ ଏବେ ଦୁବାଇରେ ରହୁଛନ୍ତି ଏବଂ ବୟଫ୍ରେଣ୍ଡ ସହ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି।

ସେ ଆକ୍ବରିୟମ୍ ଭିତରେ ମସ୍ତି କରୁଥିବାବେଳେ ବହୁତ ଷ୍ଟାଇଲିସ୍ ଫଟୋ ଉଠାଇଛନ୍ତି।

ଏହା ପୂର୍ବରୁ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ବ୍ଲାକ୍ ବିକିନି ପିନ୍ଧି ସମୁଦ୍ର କୂଳରେ ସ୍ବଟ୍ ହୋଇଥିଲେ।

କୃଷ୍ଣା ଏହା ପୂର୍ବରୁ ମଧ୍ୟ ଅନେକ ଥର ବୟଫ୍ରେଣ୍ଡଙ୍କ ସହ ମସ୍ତି କରୁଥିବାବେଳର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି।

ସେ ତାଙ୍କ ଡ୍ରେସିଙ୍ଗ୍ ସେନ୍ସ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

ଉଭୟଙ୍କର ସମସ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
