ମାଇନସ ୭ ଡିଗ୍ରୀ ତାପମାତ୍ରାରେ କେବଳ ଟାୱେଲ ପିନ୍ଧି ବୁଲୁଛନ୍ତି ଟାଇଗର, ୟୁଜର ଦେଲେ ରିଆକ୍ସନ

Published By : Prameya-News7 Bureau | December 13, 2022 IST

ମୁମ୍ୱାଇ ୧୩/୧୨: ଟାଇଗର ଶ୍ରଫଙ୍କ ଫିଟନେସ୍ କାହାକୁ ବା ନଜଣା । ତାଙ୍କ ଡ୍ୟାସିଂ ଲୁକର ଦିଓ୍ୱାନୀ ସଭିଏଁ । ଚେହେରା ଦେଖିବା ପରେ ଯେ କେହି ଫିଦା ହେବ । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଫଲୋଅର ଜବରଦସ୍ତ । ନିକଟରେ ଅଭିନେତା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତା ଜଣଙ୍କ ଅସହ୍ୟ ଥଣ୍ଡାରେ ବି ନିଆଁ ଲଗାଇଦେଇଛନ୍ତି ।

ଟାଇଗରଙ୍କ ଅନ୍ଦାଜ ଏତେ କୁଲ୍ କି ବଢୁଥିବା ତାପମାନକୁ ନିଜେ ଅନୁଭବ କରିପାରିବେ । ନିଜର ଫିଟ୍‌ନେସ୍ ପାଇଁ ଫେମସ ଟାଇଗର ପୁଣିଥରେ ଫ୍ୟାନ୍ସମାନଙ୍କ ପୁଣିଥରେ ହୃଦୟ ଜିତିଯାଇଛି । ତାଙ୍କ ଇନଷ୍ଟା ଆକାଉଣ୍ଟରେ ବର୍ଫିଲା ଭିଡିଓ ସେୟାର କରିଛନ୍ତି । ମାଇନସ୍ ୭ ଡିଗ୍ରୀ ତାପମାତ୍ରାରେ ଟାଇଗର ଏମିତି ଓ୍ୱାକ୍ କରିଛନ୍ତି ଯେମିତି ନିଗ ଘର ବଗିଚାରେ ବୁଲୁଥିବା ପରି ମନେ ହୁଏ ।

wp:html
/wp:html

ବାସ୍ତବରେ ଭିଡିଓରେ ଟାଇଗର ଏକ ତୁଷାରପାତ ସ୍ଥାନରେ ବୁଲୁଛନ୍ତି । କେବଳ ବୁଲୁନାହାଁନ୍ତି ତ ଥଣ୍ଡା ପାଗର ଭରପୁର ମଜା ନେଉଥିବା ଦେଖିବାକୁ ମିଳେ । ତେବେ ଆଶ୍ଚର୍ଯ୍ୟର ବିଷୟ ସେ ଏହି ଭିଡିଓରେ ବେୟାର ବଡିରେ ବୁଲୁଥିବା ନଜର ଆସୁଛନ୍ତି । ଅର୍ଥାତ୍ କେବଳ ଟାଓ୍ୱେଲ ପିନ୍ଧି ବୁଲୁଛନ୍ତି । ଏହି ଭିଡିଓଟିକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଅନେକ ଆଡୁ ରିଆକ୍ସନ ଦେଖିବାକୁ ମିଳୁଛି । କିଛି କିଛି ଫ୍ୟାନ୍ସ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । କିଛି ଫ୍ୟାନ୍ସ କହୁଛନ୍ତି ହୁସିଆର୍, ଟାଓ୍ୱେଲ୍ ଖସିପଡିବ ନହେଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.