scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜ୍ୟାକି ଶ୍ରଫ୍ କହିଲେ, ଟାଇଗରଙ୍କ ପିଲାଦିନ ସ୍ବପ୍ନ ହେଲା ପୁରା, ମା’ଙ୍କୁ ଉପହାର ଦେଲେ…

31/08/2021 at 3:20 PM

ମୁମ୍ବାଇ ୩୧/୦୮ : ନିକଟରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ୮ ବେଡରୁମ ବିଶିଷ୍ଟ ଲଗଜରି ଆପାର୍ଟମେଣ୍ଟ କିଣି ଚର୍ଚ୍ଚାରେ ଅଛନ୍ତି। ଏହି ଘରେ ଟାଇଗର ନିଜ ପିତା ଜ୍ୟାକି ଶ୍ରଫ, ମାତା ଆୟଶା ଶ୍ରଫ ଓ ଭଉଣୀ କୃଷ୍ଣା ଶ୍ରଫଙ୍କ ସହ ସିଫ୍ଟ ହୋଇଯାଇଛନ୍ତି। ପୁଅଠୁ ଏହିଭଳି ଉପହାର ପାଇ ବାପା-ମା’ ବହୁତ ଖୁସି। ଖୁସି ହୋଇ ବାପା ଜ୍ୟାକି ଶ୍ରଫ ପୁଅ ଟାଇଗରର ଏହି ଉପହାର ପଛର କହ୍ନାଇ କହିଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଜ୍ୟାକି ପୁଅ ଟାଇଗର ଶ୍ରଫକୁ ପ୍ରଶଂସା କରି କହିଛନ୍ତି, ଟାଇଗର ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ନିଜ ମା’ ପାଇଁ ଏକ ସୁନ୍ଦର ଘର କିଣିବା ସ୍ବପ୍ନ ଦେଖୁଥିଲା। ନିଜର ଏହି ସ୍ବପ୍ନ ପୁରା କରିବାକୁ ସେ ସବୁ ଏକ କରିଦେଇଛି, ବହୁତ ପରିଶ୍ରମ କରିଛି ଓ ଶେଷ ପୁରା ବି କରିଛି। ପୁଅ ହେଉ ବଅଝିଅ ହେଉ ନିଜ ମା’ ପାଇଁ ଏହିଭଳି ଏକ କାମ କରିବା ସତରେ ବହୁତ ସୁନ୍ଦର ଅନୁଭବ। ଟାଇଗର ବହୁତ ଭାବପ୍ରବଣ।

ଜ୍ୟାକି କହିଛନ୍ତି, ଟାଇଗରକୁ ଏକ ଭଲ ମଣିଷ କରିବାରେ ତାଙ୍କର କୌଣସି ଭୂମିକା ନାହିଁ। ଟାଇଗରଙ୍କୁ ତାଙ୍କ ମା, ଜେଜେମା ଓ ଆଈ ହିଁ ପାଳିଛନ୍ତି। ଏହି ୩ଜଣ ଟାଇଗରଙ୍କ ଯତ୍ନ ନେଇଛନ୍ତି କାରଣ ଜ୍ୟାକିଙ୍କ ପାଖରେ ସମୟ ନଥିଲା। ସେ ନିଜ କାମରେ ବ୍ୟସ୍ତ ରହୁଥିଲେ। ଟାଇଗର ନିଜ କାମ ଓ ଫିଟନେସକୁ ନେଇ ମଧ୍ୟ ବହୁତ ସତର୍କ ଓ ଅନୁଶାସିତ।

ଜ୍ୟାକି କହିଛନ୍ତି, ସେ ଯେବେବି ଟାଇଗରଙ୍କ ସହ ସମୟ କାଟନ୍ତି, କଥାବାର୍ତ୍ତା କରନ୍ତି, ସାଧାରଣ ବାପା-ପୁଅ ଭଳି କଥାବାର୍ତ୍ତା କରନ୍ତି। ବ୍ୟବସାୟ କିମ୍ବା କାମକୁ ନେଇ ବହୁତ କମ କଥା ହୁଅନ୍ତି। କିନ୍ତୁ ବେଳେବେଳେ ସେ ପୁଅର କାମକୁ ନେଇ ପ୍ରଶଂସା ମଧ୍ୟ କରନ୍ତି।

ଟାଇଗର ଶ୍ରଫ୍ ମୁମ୍ବାଇର ସବୁଠାରୁ ମହଙ୍ଗା ଅଞ୍ଚଳ ଖାର ୱେଷ୍ଟର ରୁସ୍ତମଜି ପାରାମାଉଣ୍ଟରେ ୮ ବେଡରୁମ ବିଶିଷ୍ଟ ଫ୍ଲାଟ କିଣିଛନ୍ତି। ଏହା ପୂର୍ବରୁ ଶ୍ରଫ୍ ପରିବାର କାର୍ଟର ରୋଡ଼ର ସ୍ଥିତ ଏକ ବିଲଡିଂରେ ଭଡାରେ ରହୁଥିଲେ। ଏଥିରେ ଜିମ, ସୁଇମିଙ୍ଗ ପୁଲ, ଗେମ ଜୋନ ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଅଛି। ଏହି ଫ୍ଲାଟରୁ ଆରବ ସାଗର ସ୍ପଷ୍ଟ ନଜର ଆସୁଛି। ଏଠାରେ ରହୁଥିବା ଲୋକଙ୍କୁ ବିଳାସପୂର୍ଣ୍ଣ ସୁବିଧା ମିଳିଥାଏ।

   Related Posts