ଦିଶାଙ୍କ ସହ ବ୍ରେକ୍ଅପ୍ ପରେ ପୁଣି ପ୍ରେମରେ ପଡିଲେ ଟାଇଗର, ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍
25/03/2023 at 12:19 PM

ମୁମ୍ଵାଇ ୨୫।୦୩: ବଲିଉଡ ଅଭିନେତା ଟାଇଗର ଶ୍ରଫ । ଦୀର୍ଘ ଦିନ ଧରି ଦିଶା ପାଟନୀଙ୍କୁ ଡେଟ କରିଥିଲେ। ହେଲେ ଉଭୟ ଗଣମାଧ୍ୟମ ଆଗରେ ନିଜ ସମ୍ପର୍କକୁ କେବେ ପ୍ରକାଶ କରିନାହାଁନ୍ତି କିନ୍ତୁ ଏକାଠି ପ୍ରାୟତଃ ନଜର ଆସନ୍ତି। ହେଲେ ଟାଇଗର ଶ୍ରଫ କରଣ ଜୋହରଙ୍କ ଶୋ’ରେ ସ୍ୱୀକାର କରିଛନ୍ତି ଯେ ସେ ସିଙ୍ଗଲ। ସେତେବେଳେ ଲୋକମାନେ ହୃଦୟ ଭାଙ୍ଗି ଯାଇଥିଲେ। କାହିଁକି ନା ପ୍ରଶଂସକମାନେ ଟାଇଗର ଦିଶାଙ୍କ ଯୋଡିକୁ ଭଲ ପାଉଥିଲେ। ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ବଡ ଖବର ଆସିଛି। ଶୁଣିବାକୁ ମିଳିଛି କି ସେ ପୁଣି ପ୍ରେମରେ ପଡିଛନ୍ତି।
Breaking news : #TigerShroff is dating #SaraAliKhan now a days !!! New Couple in Town 🔥 pic.twitter.com/9orfVeLskU
— Umair Sandhu (@UmairSandu) March 22, 2023
ଦିଶା ପାଟନୀଙ୍କ ସହ ବ୍ରେକଅପ୍ କରିବା ପରେ ଟାଇଗର ଶ୍ରଫଙ୍କ ନାମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ସହ ଯୋଡି ହୋଇଛି। ଉମର ସନ୍ଧୁ ଟ୍ୱିଟ୍ କରି ଲୋକଙ୍କୁ ସୂଚନା ଦେଇଛନ୍ତି ଯେ ଟାଇଗର ବର୍ତ୍ତମାନ ସାରା ଅଲି ଖାନଙ୍କ ସହ ବନ୍ଧୁତା ବଢାଉଛନ୍ତି। ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। ଏହି ଦୁଇ ଜଣ ଏବେ ଇଣ୍ଡଷ୍ଟ୍ରିର ନୂଆ କପଲ। ଲୋକମାନେ ସାରା ଏବଂ ଟାଇଗରକୁ କେବେ ଏକାଠି ଦେଖି ନାହାଁନ୍ତି। ଏହି ଉମରଙ୍କ ଟ୍ୱିଟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଟାଇଗର ଶ୍ରଫଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ଅଲି ଅବ୍ବାସ ଜାଫରଙ୍କ ଆକ୍ସନ୍ ବଡେ ମିଆଁ ଛୋଟେ ମିଆଁରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କୁ ମଧ୍ୟ ଟାଇଗରଙ୍କ ସହ ଦେଖିବାକୁ ମିଳିବ। ବର୍ତ୍ତମାନ ସ୍କଟଲ୍ୟାଣ୍ଡରେ ଏହାର ସୁଟ୍ ଚାଲିଛି।