ସୁଟିଂ ସେଟ୍‌ ଆହତ ହେଲେ ଟାଇଗର, ଆକ୍ସନ ସିନ୍‌ ବେଳେ ଭାଙ୍ଗିଲା ଗୋଡ…

Published By : Prameya-News7 Bureau | November 03, 2022 IST

ମୁମ୍ଵାଇ ୦୩।୧୧: ଆକ୍ସନ ଷ୍ଟାର ଟାଇଗର ଶ୍ରଫ୍। ଡ୍ୟାନ୍ସ ହେଉ ବା ଆକ୍ସନ । ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରିବା ପାଇଁ କରନ୍ତି ବହୁତ ପରିଶ୍ରମ। ତାଙ୍କ ଫାଇଟ୍ ସିନ ଦେଖିବା ପାଇଁ ଯୁବପିଢି ମତୁଆଲା। ହେଲେ ଏବେ ସେ ଆହତ ହୋଇଛନ୍ତି। ଯାହାକୁ ନେଇ ସେ ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।

wp:html
/wp:html

ନିକଟରେ ସେ ଫାଇଟ୍ ସିନର ସୁଟିଙ୍ଗ କରୁଥିଲେ। ଏହି ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ଏନେଇ ସେ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ଲେଖିଛନ୍ତି କି ଏକ କଂକ୍ରିଟ୍ ୱାସ ମେସିଂକୁ ଭାଙ୍ଗିବା ସମୟରେ ଗୋଡ ଭାଙ୍ଗି ଯାଇଛି। ମୁଁ ଭାବୁଥିଲି କି ଏହା ସହଜରେ କରିନେବି କିନ୍ତୁ ମୋ ଆତ୍ମବିଶ୍ଵାସ ଭୁଲ୍ ସାବ୍ୟସ୍ତ ହୋଇଥିଲା। ବର୍ତ୍ତମାନ ସେ ବିଶ୍ରାମ ନେଉଛନ୍ତି। କୁହାଯାଉଛି ସାମନ୍ୟ ଫ୍ୟାକଚର ହୋଇଛି। ଠିକ୍‌ ହେଲା ପରେ ପୁଣି ଥରେ ସୁଟ୍‌ କରିବେ।

କହିବାକୁ ଗଲେ ରିପୋର୍ଟରେ ଦର୍ଶାଯାଇଛି କି ଟାଇଗରଙ୍କର ହାତରେ ଆଗକୁ  ବହୁତ ପ୍ରୋଜେକ୍ଟ ଅଛି । ସେଥିମଧ୍ୟରୁ ଆଗାମୀ ଦୁଇଟି ଫିଲ୍ମ ହେଉଛି ଗଣପତ୍ ଅନ୍ୟଟି ଖିଲାଡି କୁମାରଙ୍କ ସହ ବଡେ ମିଆଁ ଛୋଟେ ମିଆଁ। ଗଣପତରେ ପୁଣି ଥରେ ଟାଇଗରଙ୍କ ସହ ନଜର ଆସିବେ କ୍ରିତି। ଯାହାକୁ ନେଇ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.