ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଦରଘା ପହଞ୍ଚିଲେ ଟାଇଗର-ତାରା, ବକ୍ସ ଅଫିସ୍‌ରେ ସଫଳତା ପାଇଁ କଲେ ପ୍ରାର୍ଥନା

Published By : Prameya-News7 Bureau | April 28, 2022 IST

ନୂଆଦିଲ୍ଳୀ ୨୮।୦୪ : ବଲିଉଡର ଆକ୍ସନ୍ ଷ୍ଟାର୍ ଟାଇଗର ଶ୍ରଫ୍ ବର୍ତ୍ତମାନ ତାଙ୍କ ଫିଲ୍ମ 'ହେରୋପନ୍ଥି- ୨' ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଟାଇଗର ଶ୍ରଫ୍ ଏବଂ ତାରା ସୁତାରିଆ ଫିଲ୍ମ ପାଇଁ ପ୍ରଚାର  କରୁଛନ୍ତି । ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଫିଲ୍ମକୁ ସାଜିଦ୍ ନାଦିଆୱାଲା ସହଯୋଗ କରୁଛନ୍ତି । ଏହି ଫିଲ୍ମର ପ୍ରମୋସନ୍ ପାଇଁ ଦଳ ସମସ୍ତ ପ୍ରକାରର ପରିଶ୍ରମ କରୁଛନ୍ତି। ଯାହାର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମର ରିଲିଜକୁ ଗୋଟିଏ ଦିନ ବାକି ଥିବାରୁ ଫିଲ୍ମର ଷ୍ଟାର୍ କାଷ୍ଟ ଆଶୀର୍ବାଦ ପାଇବା ପାଇଁ ମୁମ୍ବାଇର ଏକ ଦରଘାରେ ପହଞ୍ଚିଛନ୍ତି ।

wp:html
/wp:html

ରିଲିଜ୍ ହେବାର ପୂର୍ବରୁ ଟାଇଗର ଏବଂ ତାରା ଏକାଠି ନଜର ଆସିଥିଲେ ।  ତାଙ୍କର ଆଗାମୀ ଚଳଚ୍ଚିତ୍ରର ଆଶୀର୍ବାଦ ପାଇବା ପାଇଁ ସେ ମୁମ୍ବାଇର 'ମହୀମ ଦରଘା'ରେ ପହଞ୍ଚିଥିଲେ। ପରେ ସେ ମୁମ୍ବାଇ ସ୍ଥିତ ବାବୁଲନାତ ମନ୍ଦରକୁ ଯାଇଥିଲେ। ଟାଇଗର ଗୋଲାପୀର କୁର୍ତ୍ତା ପିନ୍ଧିଥିବା ବେଳେ ତାରା ଏକ ଧଳା ଏବଂ ସୁନେଲି ରଙ୍ଗର ସାଲୱାର ସୁଟ୍‌ ପିନ୍ଧିଥିବାର ନଜର ଆସିଥିଲେ। ଟାଇଗର ଗୋଟିଏ ପଟେ ରୁମାଲରେ ମୁଣ୍ଡ ଘୋଡାଇ ଦେଇଥିବା ବେଳେ ତାର ତାଙ୍କ ମୁଣ୍ଡରେ ଡୁପଟା ପକାଇଥିଲେ।

wp:html
/wp:html

କହିବାକୁ ଗଲେ ପ୍ରତ୍ୟେକ ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ଟାଇଗର ଏକ ଧାର୍ମିକ ସ୍ଥାନରକୁ ଯାଆନ୍ତି। ଏଥର ମଧ୍ୟ ସେ ଯାଇଛନ୍ତି । ଟାଇଗର ଶ୍ରଫ ଏବଂ ସାଜିଦ ନାଦିଆଡୱାଲାଙ୍କ ଏହି ଚଳଚ୍ଚିତ୍ର ୨୯ ଏପ୍ରିଲରେ ମୁକ୍ତିଲାଭ କରିବାକୁ ଯାଉଛି। ଟାଇଗର ଶ୍ରଫ୍ ତାଙ୍କର ନୂଆ ଆକ୍ସନ୍ ଫିଲ୍ମ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଟାଇଗର ବ୍ୟତୀତ ଏହି ଚଳଚ୍ଚିତ୍ରରେ ତାରା ସୁତାରିଆ ଏବଂ ନୱାଜୁଦ୍ଦିନ ସିଦ୍ଦିକି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ହେରୋପନ୍ଥି- ୨କୁ  ରଜତ ଆରୋରାଙ୍କ ଦ୍ୱାରା ଲେଖିଥିବା ବେଳେ ଅହମ୍ମଦ ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.