ସ୍କ୍ରିନ୍‌ରେ ଧମାଲ କରିବେ ବାପ-ପୁଅ…ଆକ୍ସନ ସହ ଆଙ୍ଗ୍ରୀ ଓଲ୍ଡ ମ୍ୟାନ କେମିଷ୍ଟ୍ରି ହେବ କେମିତି!

Published By : Prameya-News7 Bureau | January 24, 2020 IST

ମୁମ୍ବାଇ୨୪|୧: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କ୍ରେଜ୍‌ ପ୍ରଥମେ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିନଥିଲା। ହେଲେ ଏବେ ସେ ନିଜ ଡାନ୍ସ, ଅଭିନୟ ଓ ଆକ୍ସନ ଫିଲ୍ମ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି।ଅଧିକାଂଶ ସମୟରେ ଟାଇଗର ନିଜ ଆକ୍ସନ ପାଇଁ ଚର୍ଚ୍ଚାରେ ଥାନ୍ତି। ସେ ନିଜ କ୍ୟାରିଅରରେ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି।

{"id":215245,"sizeSlug":"large"}

ଏବେ ଟାଇଗର ଶ୍ରଫ ନିଜ ଆଗାମୀ ଫିଲ୍ମ 'ବାଗି ୩'ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ୨ଟି ପାର୍ଟ ଦର୍ଶକଙ୍କୁ ବହୁତ ଭଲ ଲାଗିଥିଲା। ପ୍ରଥମ ବାଗିରେ ଟାଇଗରଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ଅଭିନୟ କରିଥିଲେ। ଅପରପକ୍ଷରେ ବାଗି ୨ରେ ଟାଇଗରଙ୍କ ସହ ଦିଶା ପଟ୍ଟାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ହେଲେ ବାଗି ୩ରେ କିଛି ନୂଆ ଦେଖିବାକୁ ମିଳିବ। କାରଣ ଏହି ଫିଲ୍ମରେ ଟାଇଗରଙ୍କ ସହ ବାପା ଜ୍ୟାକି ଶ୍ରଫ ମଧ୍ୟ ନଜର ଆସିବେ।

{"id":215247,"sizeSlug":"large"}

ଫିଲ୍ମରେ ମଧ୍ୟ ଜ୍ୟାକି, ଟାଇଗରଙ୍କ ପିତା ଭୂମିକାରେ ନଜର ଆସିବେ। ପ୍ରଯୋଜକ ସାଜିଦ ନାଡିୟାଡଓ୍ବାଲାଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଅହମ୍ମଦ ଖାଁ ହେବେ। ଟାଇଗର ନିଜ ବାପା ଜ୍ୟାକିଙ୍କ ରିଲ୍‌ ଲାଇଫରେ ଅଭିନୟ କରନ୍ତୁ ବୋଲି ଅନେକ ଫ୍ୟାନ୍‌ ଚାହୁଁଥିଲେ। ଶେଷରେ ବାପା ପୁଅଙ୍କ ଯୋଡିକୁ ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଙ୍କିତା ଲୋଖଣ୍ଡେଙ୍କୁ ମଧ୍ୟ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.