କୋଲକାତା ୧୯।୭: ପଶ୍ଚିମବଙ୍ଗ ସୁନ୍ଦରବନରୁ ଉଦ୍ଧାର କରାଯାଇଥିବା ଏକ ମହାବଳ ବାଘକୁ ପୁଣି ଥରେ ଜଙ୍ଗଲକୁ ଛଡାଯାଇଛି। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ଏହା କେବଳ ଏକ ମୁକ୍ତି ନୁହେଁ ପ୍ରକୃତି କୋଳକୁ ଫେରୁଥିବା ସ୍ୱାଧୀନତାର କାହାଣୀ, ଯାହା ଏବେ ଇଣ୍ଟରନେଟ୍ କୁ ଭାବୁକ କରୁଛି।
ଭିଡିଓରେ ବନ ବିଭାଗ ଟିମ୍ ବାଘକୁ ପିଞ୍ଜରାରୁ ବାହାର କରିବାକୁ ପ୍ରସ୍ତୁତି ଚଳାଇଥିବା ଦେଖାଯାଉଛି, ଯେମିତି ପିଞ୍ଜରାର କବାଟ ଖୋଲୁଛି ବାଘ ସିଧା ନଦୀକୁ ଲମ୍ପ ପ୍ରଦାନ କରୁଛି। ଏହା ପରେ ସେ ପହଁରି ପହଁରି ଜଙ୍ଗଲକୁ ଚାଲି ଯାଉଛି। କ୍ୟାମେରାରେ ତାର ପହଁରିବାର ଶକ୍ତି ଓ ଦିଗ ନିର୍ଦ୍ଧାରଣ କରିବାର ଅଜବ ସନ୍ତୁଳନ ସ୍ପଷ୍ଟ ଦେଖାଯାଉଛି। ଏହି ଭିଡିଓକୁ ରିଟାୟାର୍ଡ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଅପଲୋଡ କରିଛନ୍ତି।
A tiger being released after it was rescued in Sunderbans, WB.
— Susanta Nanda IFS (Retd) (@susantananda3) July 16, 2025
The tigers here have adapted to the mangrove ecosystem & so have the methods adopted for their rescue & release. A unique story of conservation & the works of green soldiers working in such difficult conditions🙏🙏 pic.twitter.com/8vDE1tr5du
ସେ ଲେଖିଛନ୍ତି ଯେ ଏଠାକାର ବାଘମାନେ ମେନଗ୍ରୋଭ ଇକୋସିଷ୍ଟମ ଅନୁସାରେ ନିଜକୁ ବଦଳାଇଛନ୍ତି ଓ ଆମ ରେସ୍କ୍ୟୁ ଟିମ୍ ର ଉଦ୍ଧର ଟେକନିକ୍ ମଧ୍ୟ ସେହି ଅନୁରୂପ ହୋଇ ପାରିଛି। ଏହା କେବଳ ଏକ ରେସ୍କ୍ୟୁ ନୁହେଁ ଆମ ଗ୍ରୀନ ସୋଲଜରଙ୍କ ପରିଶ୍ରମ ଓ ସମର୍ପଣର ଏହା କାହାଣୀ ମଧ୍ୟ। ଭିଡିଓ ଅପଲୋଡ ହେବା ପରଠାରୁ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ବାର ଦେଖାଯାଇ ସାରିଲାଣି ଓ ଲୋକେ ଏହାର ପ୍ରତ୍ୟେକ ଫ୍ରେମକୁ ପସନ୍ଦ କରୁଛନ୍ତି।
ଏହି ଭିଡିଓ ଦେଖିଥିବା ଜନୈକ ୟୁଜର ଲେଖିଛନ୍ତି କେତେ ଆକର୍ଷକ ଭାବେ ନଦୀକୁ କୁଦୁଛି, ଯେପରି ନିଜକୁ ତାଜା କରି ପୁଣି ନିଜ ଦୁନିଆକୁ ଫେରି ଯାଉଛି। ଆଉ ଜଣେ ଲେଖିଛନ୍ତି ଏତେ ଏନର୍ଜୀ ଦେଖି ଲାଗୁଛି ଏହା ଏକ ୟଙ୍ଗ ଟାଇଗର। ସେ ଲେଖିଛନ୍ତି ଯେ ଯଦି ମୁଁ ସେଠାରେ ଥାନ୍ତି ପ୍ରଥମେ ବାଘକୁ ନିଶ୍ଚେ କୋଳାଗ୍ରତ କରିଥାନ୍ତି। ଏହା ପୂର୍ବରୁ ଏକ କଲରାପତରିଆ ବାଘର ଡ୍ରୋନ ଫୁଟେଜ ଭାଇରାଲ ହୋଇଥିଲା।