ବାଘ ଏବେ ଗାଁ ମୁହାଁ, ଭୟରେ ଗ୍ରାମବାସୀ

Published By : Prameya-News7 Bureau | December 06, 2022 IST

ନାରାୟଣପାଟଣା ୦୬।୧୨ : ଜଙ୍ଗଲ ବାଘ ଏବେ ଗାଁ ମୁହାଁ । ଦୀର୍ଘ ଦିନ ଧରି ବନ୍ଧୁଗାଁ ବ୍ଲକ୍‌ରେ ଆତଙ୍କ ଖେଳେଇଥିବା ବେଳେ ଏବେ ଗାଁ ମୁହାଁ ହୋଇଛି ଭୋକିଲା ମହାବଳ। ବନବିଭାଗ ଲଗାତର ଭାବେ ବାଘ ଉପରେ ନଜର ରଖିଛି ।

ଖବର ଅନୁଯାୟୀ, ସୋମବାର ଚିଲିକାଝଡ଼ି ଗାଁର ତିନୋଟି ଛେଳିକୁ ଝାମ୍ପି ନେଇଥିବା ବେଳେ ଏବେ ଗାଁ ଲୋକେ ଆତଙ୍କିତ। ଅନ୍ୟପଟେ ବନ ବିଭାଗ ପକ୍ଷରୁ ମହାବଳର ଗତିବିଧି ଉପରେ ରଖିଛି ତୀକ୍ଷ୍ଣ ନଜର। ନାରାୟପାଟଣା ବନ ବିଭାଗ ପକ୍ଷରୁ ଏକ ଟିମ୍ ମହାବଳ ଗତିବିଧି ଅଞ୍ଚଳରେ କ୍ୟାମେରା ଲଗାଇବା ସହ ଲୋକଙ୍କୁ ଆତଙ୍କିତ ନହେବା ନିମନ୍ତେ କରୁଛନ୍ତି ସଚେତନ । ଦୀର୍ଘଦିନ ଧରି ଅଞ୍ଚଳରେ ମହାବଳ ଆତଙ୍କ ଖେଳାଇ ଥିଲେ ମଧ୍ୟ ଟେର ପାଉନି ବନ ବିଭାଗ। ରାତି ପାଇଲେ ପୁଣି ଥରେ ଯେ ମହାବଳ ଗ୍ରାମ ଭିତରକୁ ପ୍ରବେଶ କରିବା ଆଶଙ୍କା ଦେଖାଦେଇଛି ଯାହାକୁ ନେଇ ଏବେ ଗ୍ରାମବାସୀ ଆତଙ୍କିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.