ବାରଙ୍ଗ ୧୧/୦୫: ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମହାବଳ ବାଘ ନନ୍ଦନର ମୃତ୍ୟୁ। ୧୭ ବର୍ଷ ବୟସରେ ଆଖିବୁଜିଛି ନନ୍ଦନ । ଅଣ୍ଟାରେ ଅସୁସ୍ଥତା ଯୋଗୁ ଅସ୍ଥି ଶଲ୍ୟ ବିଭାଗ କରୁଥିଲେ ଚିକିତ୍ସା । ତିନି ମାସ ହେବ ଚାଲିଥିଲା ଚିକିତ୍ସା । ୨୦୧୩ରେ ଚନ୍ଦକାରୁ ନନ୍ଦନକାନନକୁ କରିଥିଲା ଅନୁପ୍ରବେଶ।
ସୂଚନା ଥାଉକି, ଦୀର୍ଘଦିନ ଧରି ରୋଗରେ ପୀଡିତ ଥିଲା ନନ୍ଦନକାନନର ଗେହ୍ଲା ‘ନନ୍ଦନ’ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର ବାଘ ଖୁଆଡ଼ ଫିଡିଂ ଚାମ୍ବରରେ ରହୁଥିବା ଜଙ୍ଗଲୀ ବାଘ ‘ନନ୍ଦନ’ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଛି। ଅସୁସ୍ଥ କାରଣରୁ ଠିକ୍ ଭାବେ ଖିଆପିଆ ନ କରିବାରୁ ଗୋଟିଏ ସ୍ଥାନରେ ପଡ଼ି ରହିବା ସହ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।
୨୦୧୩ ମାର୍ଚ୍ଚ ୨୪ରେ ନନ୍ଦନକାନନ ଅଭୟାରଣ୍ୟରୁ ଏହି ବାଘ ପ୍ରାଣୀ ଉଦ୍ୟାନ ଭିତରକୁ ପଶି ଆସିଥିଲା। ପରବର୍ତ୍ତୀ ସମୟରେ ଏହି ବାଘର ନାମ ‘ନନ୍ଦନ’ ନାମରେ ନାମିତ କରାଯାଇ କେନ୍ଦ୍ରଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସଂରକ୍ଷିତ ପ୍ରଜନନ ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରଖାଗଲା।
୨୦୧୬ ଏପ୍ରିଲ ୨୦ରେ ନନ୍ଦନକୁ ନନ୍ଦନକାନନରେ ଜନ୍ମିତ ବାଘୁଣୀ ‘ମେଘା’ ସହିତ ମିଳନ କରାଯାଇଥିଲା। ସେମାନଙ୍କ ଔରସରୁ ୨ଟି ଅଣ୍ଡିରା ବାଘ ଜନ୍ମ ହୋଇଥିଲେ। ୨୦୧୬ ଅକ୍ଟୋବର ୨୯ରୁ ଜଙ୍ଗଲୀ ବାଘ ନନ୍ଦନକୁ ପର୍ଯ୍ୟଟକଙ୍କୁ ପ୍ରଦର୍ଶିତ କରାଯାଉଛି।