କଲରାପତରିଆ ବାଘର ମୃତଦେହ ଠାବ, ଭୁବନେଶ୍ୱରୁ ଯାଉଛି ଏକ ବିଶେଷଜ୍ଞ ଦଳ
25/01/2023 at 12:19 PM

ଢେଙ୍କାନାଳ ୨୫।୦୧ : କଲରାପତରିଆ ବାଘର ମୃତଦେହ ଠାବ । ଢେଙ୍କାନଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଦୁଦୁରରୋଟ ଗାଁ ନିକଟରୁ କଲରାପତିଆ ବାଘର ମୃତଦେହ ଠାବ ହୋଇଛି ।
ଖବର ଅନୁଯାୟୀ, ଦୁଦୁରୁକୋଟ ବାରିହା ରଗଡି ଗାଁ ଜଙ୍ଗଲରେ ବାଘଟି ମରିପଡିଥିବାର ଖବର ପାଇଥିଲେ ବନକର୍ମଚାରୀ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ବାଘକୁ କୌଣସି ଉପାୟରେ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବନବିଭାଗ ଛାନଭିନ ଚଳାଇଛି। ଏଠାରେ କ୍ରମାଗତ ବନ୍ୟଜନ୍ତୁଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।
ସେହିପରି ଘଟଣାର ଅଧିକ ତଦନ୍ତ ପାଇଁ ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଦଳ ମଧ୍ୟ ଢେଙ୍କାନାଳ ଅଭିମୁଖେ ବାହାରିଥିବା ଜଣାପଡିଛି । ସେମାନଙ୍କ ସଠିକ୍ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଏବେ ଯାଏଁ ବାଘର ବୟସ କେତେ ଓ ମୃତ୍ୟୁର କାରଣ କଣ ତାହା ସଠିକ ଭାବେ ଜଣାପଡିନାହିଁ ।