କାହ୍ନାର ଟ୍ର।ୟଙ୍ଗଲ ଲେ।ଭ୍ ଷ୍ଟେ।ରୀକୁ ସାର୍ଟିଫିକେଟ୍ ଦେଲା ଜଙ୍ଗଲ ବିଭାଗ : ଏବେ ଲଂପଟ କାହ୍ନା ପ୍ରେମରେ ପୁଣି ଧରା ଦେଇଛି କି ସୁନ୍ଦରୀ ?
Published By : Prameya-News7 Bureau | November 04, 2018 IST

ଭୁବନେଶ୍ବର ୪|୧୧: ଏବେ ସାତକୋଶିଆ ଘଞ୍ଚ ଜଙ୍ଗଲରୁ ଆସିଛି ଏକ ଖୁସି ଖବର । କାହ୍ନା ବାପା ହେବାକୁ ଯାଉଛି। ସାତକୋଶିଆ ଜଙ୍ଗଲ ଭିତରେ ଦୁଇ ବାଘ ଫେବ୍ରୁଆରିରେ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ୨୬ ଅକ୍ଟେ।ବରରେ କାହ୍ନାର ଟ୍ର।ୟଙ୍ଗଲ ଲେ।ଭ୍ ଷ୍ଟେ।ରୀକୁ ପ୍ରଥମ ଥର ଲାଗି ନ୍ୟୁଜ୍ ଦେଖାଇଥିଲା । ଆଉ ଆଜି ତା ପ୍ରେମକୁ ସାର୍ଟିଫିକେଟ୍ ଦେଇଛି ଜଙ୍ଗଲ ଓ ପରିବେଶ ବିଭାଗ । ସେପଟେ ସୁନ୍ଦରୀର ଆବଭାବରେ ପରିବର୍ତ୍ତନ ଆସିଲାଣି। ସେ ବି ଆଉ ଘଞ୍ଚ ଜଙ୍ଗଲ ଆଡ଼େ ଆସୁନାହବିଁ।
ସୁନ୍ଦରୀ ବଦଳିଗଲାଣି। ଆଉ ସେ ଜନବସତି ଆଡ଼କୁ ଆସୁନି। ଟ୍ରାଙ୍କୁଲାଇଜ୍ ଟିମ୍ର ଭୟ ହେଉ କିମ୍ବା ଘଞ୍ଚ ଜଙ୍ଗଲ ଭଲ ଲାଗିବା ହେଉ। ୧୦-୧୨ ଦିନ ହେଲାଣି ସେ ଆଉ ଜନବସତି ଆଡକୁ ଆସୁନି । ସେଠାରେ ବି ସେ ବାରହା କୁଟୁରା ଖାଇ ଖାପ ଖୁଆଇଗଲାଣି । ତାର ସ୍ବଭାବରେ ଭାରି ପରିବର୍ତ୍ତନ ଆସିଛି, ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର ।
ସୁନ୍ଦରୀକୁ ୨୪ ଘଣ୍ଟିଆ ଟ୍ରାକିଙ୍ଗରେ ରଖାଯାଇଛି । ବାଘୁଣୀକୁ ଟ୍ରାକ କରିବା ଲାଗି ଯାଇଥିବା କୁଂକି ହାତୀ ଯଶେ।ଦାକୁ କାର୍ଯ୍ୟରେ ଲଗାଯାଇଛି । ଯଶୋଦା ମଝିପଡା ଜଙ୍ଗଲ ମଧ୍ୟକୁ ଯାଇଥିଲା । ସେଠି ମଧ୍ୟପ୍ରଦେଶରୁ ଆସିଥିବା ଟ୍ରାଙ୍କୁଲାଇଜର ଟିମ୍ ମଧ୍ୟ ସାମିଲ ରହିଛନ୍ତି । ସାତକୋଶିଆ ଡିଏଫ୍ଓ ମଧ୍ୟ ଅପରେସନ ସାମିଲ ହୋଇଛନ୍ତି ।
ସୁନ୍ଦରୀ ଘଞ୍ଚ ଜଙ୍ଗଲକୁ ଚାଲିଯାଇଥିବାରୁ ସେ ବି କାହ୍ନା ପ୍ରେମରେ ପଡ଼ିଯାଇଥିବା ଅନୁମାନ କରାଯାଉଛି । କାରଣ ଜଙ୍ଗଲ ଭିତରୁ ଆସିଛି ଆଉ ଦୁଇଟି ଖୁସି ଖବର । କାହ୍ନା ପ୍ରେମରେ ଉବୁଟୁବୁ ଦୁଇ ବାଘୁଣୀଙ୍କ ଲଭ୍ ଷ୍ଟେ।ରୀରୁ ଜଙ୍ଗଲକୁ ଆସିବେ ନୂଆ ଅତିଥୀ। ଫେବୃଆରୀ ଓ ମାର୍ଚରେ ଛୁଆ ଜନ୍ମ ଦେବେ ଦୁଇ ବାଘୁଣୀ । ସିସିଟିଭିରେ ସେମାନଙ୍କର ସବୁ ଆକ୍ଟିଭିଟି ଉପରେ ନଜ ରଖାଯାଇଛି। ନ୍ୟୁଜ୍ ସେଭେନ୍ ହିଁ ପ୍ରଥମେ ଏହି ଟ୍ରାୟଙ୍ଗଲ ଜଙ୍ଗଲୀ ଲଭ୍ ଷ୍ଟୋରି ଟିଭି ପରଦାକୁ ଆଣିଥିଲା । ଆଉ ଏହାକୁ ଜଙ୍ଗଲ ବିଭାଗ ଏବେ ସ୍ବୀକାର କରିଛି।
ଯଦି ସୁନ୍ଦରୀ କାହ୍ନା ପ୍ରେମରେ ପଡ଼ିଯାଏ, ତାର ବି ଘଞ୍ଚ ଜଙ୍ଗଲରେ ରହିବାର ଅଭ୍ୟାସ ହୋଇଯିବ। ଆଉ ସେ ବି ଧିରେ ଧିରେ ସେଠାରେ ନିଜ ପରିବାର ଭିତରେ ସୀମିତ ରହିବ। ହୁଏତ ଆଉ ତାକୁ ଟ୍ରାଙ୍କୁଲାଇଜ୍ କରିବା ବି ଦରକାର ନ ପଡ଼ିପାରେ।