'ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…' : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ, ୧୫|୦୮: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ୍ ଟେଲର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଛନ୍ତି । ନିକଟରେ ସେ ତାଙ୍କର ଅଟୋ ବାୟୋଗ୍ରାଫି ବା ଆତ୍ମଜୀବନୀ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଲେକିଥିଲେ । ଏହି ପୁସ୍ତକରେ ସେ ଭାରତର ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡଙ୍କ ସହ ଜଡିତ ଅନେକ କିଛି ଘଟଣା ବର୍ଣ୍ଣନା କରିଛନ୍ତି । ସାଧାରଣ ଲୋକେ ବାଘ ଦେଖିବା ଅପେକ୍ଷା ଦ୍ରାବିଡଙ୍କୁ ଦେଖିବା ବେଶି ପସନ୍ଦ କରନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଟେଲର ଲେଖିଛନ୍ତି ଯେ, ସେ ଏକଦା ଦ୍ରାବିଡଙ୍କୁ କେତେ ଥର ବାଘ ଦେଖିଛ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଦ୍ରାବିଡ କହିଥିଲେ ଯେ, ସେ କେବେ ବାଘ ଦେଖିନାହାଁନ୍ତି । ସେ ୨୧ ଥର ଜଙ୍ଗଲ ସଫାରୀରେ ଯାଇଛନ୍ତି । ହେଲେ ଥରେ ବି ବାଘ ଦେଖିନାହାଁନ୍ତି । ଏହାପରେ ଟେଲର ଟିଭିରେ ଡିସ୍କଭରିରେ ବାଘ ଦେଖିବା ଦରକାର ବୋଲି କହିଥିଲେ ।

ସେ ଆହୁରି କହିଥିଲେ ଯେ, ଏହି ଘଟଣା ପରେ ଏକଦା ଜାକବ୍ ଓରମ୍ ସକାଳେ ବାହାରକୁ ଯାଇଥିଲେ । ସେ ବାଘ ସଫାରୀ ନଯାଇ ଟିଭିରେ ବେସବଲ୍ ମ୍ୟାଚ୍ ଦେଖିବାକୁ ଚାହିଁଥିଲେ । କିନ୍ତୁ ସେ ଓ ଦ୍ରାବିଡ୍ ସଫାରୀ ଯାଇଥିଲେ । ସେଠାରେ ଏକ ବାଘ ବୁଲୁଥିବା ଖବର ପାଇଁ ଦ୍ରାବିଡ ଖୁସି ହୋଇଯାଇଥିଲେ । ବାଘଟି ୧୦୦ ମିଟର ଦୂରତାରେ ଥିଲା । ଦ୍ରାବିଡ ବାଘ ଦେଖି ଖୁସି ହୋଇଯାଇଥିଲେ । କିନ୍ତୁ ପାଖ ଆଖରେ ଥିବା ଲୋକେ ବାଘ ଦେଖିବା ବଦଳରେ ଦ୍ରାବିଡଙ୍କୁ ଦେଖିଥିଲେ । କ୍ୟାମେରା ଦ୍ରାବିଡଙ୍କ ଉପରେ ଥିଲା । ସେମାନେ ବାଘ ଦେଖି ଯେତେ ଉତ୍ସାହିତ ଥିଲେ ପାଖଆଖର ଲୋକେ ଦ୍ରାବିଡଙ୍କୁ ଦେଖି ସେତେ ଉତ୍ସାହିତ ରହିଥିଲେ । ବିଶ୍ୱରେ ପ୍ରାୟ ୪ ହଜାରରୁ ଅଧିକ ବାଘ ଅଛନ୍ତି । କିନ୍ତୁ ରାହୁଲ ଦ୍ରାବିଡ ସ୍ୱତନ୍ତ୍ର ।

ସୂଚନାଯୋଗ୍ୟ, ଟେଲର ଗୁରୁବାର ନିଜର ଆତ୍ମଜୀବନୀର ଉନ୍ମୋଚନ କରିଥିଲେ । ଏଥିରେ ସେ ଅନେକ ଚକିତ କଲା ଭଳି କଥା କହିଥିଲେ । ସେ କିପରି କଳାଗୋରା ଭେଦଭାବର ସାମ୍ନା କରିଥିଲେ । ରାଜସ୍ଥାନ ରୟାଲ୍ସର ଜଣେ ମାଲିକ ତାଙ୍କୁ ଚାପୁଡା ମାରିଥିବା କଥା ବି ସେ ଏଥିରେ ଲେଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.