ଗାଁରେ ପଶି ଆକ୍ରମଣ କଲା ବିଲୁଆ, ୫ ଆହତ

Published By : Prameya-News7 Bureau | September 11, 2022 IST

ସୁନ୍ଦରଗଡ, ୧୧|୦୯: ଆକ୍ରମଣ କରି ଘାଇଲା କଲା ବିଲୁଆ ।  ବିଲୁଆ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଆହୁରି ୫ ଆହତ । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାର ସଲଙ୍ଗାବୁଡ ଗ୍ରାମରେ ।

ସୂଚନାନୁସାରେ, ଶନିବାର ବିଳମ୍ବିତ ରାତ୍ରିରେ ସଲଙ୍ଗାବୁଡ଼ ଗାଁ ଭିତରକୁ ଏକ ବିଲୁଆ ପଶି ଆସିଥିଲା । ବାଘଟି ୫ ଜଣକୁ ଆକ୍ରମଣ କରିପକାଇଥିଲା । ଏହାମଧ୍ୟରୁ ଜଣେ ବୃଦ୍ଧା ଗୁରୁବାରୀ ପୃସେଠ(୬୫)ଙ୍କ ଅତି ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବୁର୍ଲା ପଠାଯାଇଛି । ତେବେ ଘର ବାରଣ୍ଡାରେ ଶୋଇଥିବା ବେଳେ ଗୁରୁବାରୀଙ୍କୁ ବିଲୁଆ ଆକ୍ରମଣ କରିଥିବା କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.