ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୂଆପଡ଼ାରେ ପୁଣି ବାଘ ଆତଙ୍କ, ୯ଟି ଗାଁର ଲୋକେ ଭୟଭୀତ

6/08/2022 at 12:36 PM

ନୂଆପଡ଼ା ୦୬।୦୮: ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଘାଟମାଲ ଅଞ୍ଚଳରେ ବାଘ ଆତଙ୍କ ।  କିଛି ଦିନ ହେବ ୪ଟି ବାଘ ବୁଲୁଥିବାର ନଜର ଆସିଛି । ଯାହାକୁ ନେଇ ପାଖାପାଖି ୯ଟି ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।  

ସୁନାବେଡା ଅଭୟାରଣ୍ୟ ପାଟଧରା ଜଙ୍ଗଲକୁ ଲାଗି ଉପାନ୍ତ ଅଞ୍ଚଳ ଘାଟମାଲ,ବଡମଲା,ପର୍ରିପାନି,ଯୋଗଭଟା ଭଳି ଅନେକ ଗାଁରେ ବାଘକୁ ନେଇ ଆତଙ୍କ ଲାଗି ରହିଛି । ସିନାପାଲି ବନ ବିଭାଗ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି କ୍ୟାମେରା ଲଗାଇବା ସହ ସ୍ଥିତି ଅନୁଧ୍ୟାନ କରୁଛି। ପୂର୍ବରୁ ନୂଆପଡା ରେଞ୍ଜ ହଳଦି ଗାଁରେ ଚାରି ବର୍ଷର ଶିଶୁ ଛଗନ ପାଣ୍ଡେକୁ ମାଆ କୋଳରୁ ଟେକିନେଇ ଜଙ୍ଗଲ ଭିତରେ ଖାଇଥିଲା କଲରାପତରିଆ ବାଘ । ପରେ ପରେ ଶୋଇଥିବା ଅବସ୍ଥାରେ ଘରେ ପଶି ଆଇ ନାତୁଣୀକୁ ଆକ୍ରମଣ କରିଥିଲା । ଆତଙ୍କ ବଢି ଚାଲିବା ପରେ ଦୁଇଟି ବାଘକୁ ପିଞ୍ଜରା ଲଗାଇ ଧରିବା ସହ ନନ୍ଦନକାନନକୁ ପଠାଯାଇଥିଲା ।

ତେବେ ଚଳିତ ବର୍ଷ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ତଳି ଅଞ୍ଚଳର ନିଭିନ୍ନ ଗାଁ ରେ ବାଘ ଆତଙ୍କ ବଢିବାରେ ଲାଗିଛି । ପୂର୍ବର ବାଘ ପାଦଚିହ୍ନ ଅପେକ୍ଷା ବର୍ତ୍ତମାନ ଦେଖା ଦେଇଥିବା ବାଘ ପାଦଚିହ୍ନ ଅଧିକ ବଡ ରହିଛି । ଏହାସହ ଲୋକେ ବଡ ବଡ ଦୁଇଟି ବାଘ ସହ ଦୁଇଟି ଛୋଟ ବାଘ ବୁଲୁଥିବା କହୁଛନ୍ତି । ସନ୍ଧ୍ୟା ହେବା ଆଗରୁ ଗାଁ ମାନଙ୍କରେ ତାଟି କବାଟ ପଡି ଯାଉଛି । ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି । ଲୋକଙ୍କୁ ଭୟଭିତ ନହେବା ପାଇଁ ବନ ବିଭାଗ ଗାଁ ଗାଁ ବୁଲି ସଚେତନ କରୁଛି ସିନାପାଲି ବନ ବିଭାଗ ।

   Related Posts