ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

୫ ବର୍ଷ ପରେ ଗାଁରେ ପଡିଲା ବାଘର ପାଦଚିହ୍ନ, ଭୟରେ ଗ୍ରାମବାସୀ

9/03/2023 at 2:16 PM

କଣ୍ଟାବାଞ୍ଜି ୯।୩: ଦୀର୍ଘ ୫ ବର୍ଷ ପରେ ଗାଁରେ ଦେଖିବାକୁ ମିଳିଲା ବାଘର ପାଦଚିହ୍ନ । ବୁଧବାର ରାତିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପାଖ କୁର୍ଲି ଗାଁକୁ ବାଘ ଆସିଥିବା ଗାଁ ଲୋକ କହୁଛନ୍ତି । ଗାଁରେ ପଡିଥିବା ପାଦ ଚି଼ହ୍ନକୁ ଦେଖି ଗାଁ ଲୋକ ବାଘ ଆସିଛି କହୁଛନ୍ତି । ତେବେ ପ୍ରକୃତରେ ବାଘ ଆସିଛି ନା ତାହା ଆଉ କେଉଁ ଚିହ୍ନ ବର୍ତ୍ତମାନ ସୁଦ୍ଧା ଠିକ୍‌ରେ ଜଣାପଡ଼ିନାହିଁ । ସେପଟେ ପାଦଚିହ୍ନ ଦେଖାଯିବା ପରେ ଗାଁରେ କୋକୁଆ ଭୟ ଦେଖିବାକୁ ମିଳିଛି ।

୫ ବର୍ଷ ପୂର୍ବରୁ ଏହି ଗାଁକୁ ବାଘ ଆସିଥିଲା । ବନ ବିଭାଗ ବାଘକୁ ଆୟତ୍ତ କରିବାକୁ ନାକେଦମ ହୋଇଥିଲା । ଏବେ ମଧ୍ୟ ଗାଁକୁ ବାଘ ଆସିଥିବ ବୋଲି ଗାଁ ଲୋକ କହୁଛନ୍ତି । କଣ୍ଟାବାଞ୍ଜି ବନ ବିଭାଗ କୁର୍ଲି ଗାଁରେ ପହଞ୍ଚି ଲୋକଙ୍କୁ ଭୟଭୀୟ ନହେବାକୁ ପରାମର୍ଶ ଦେଇଛି । ବନ ବିଭାଗ ରାତି ତମାମ ପାଟ୍ରୋଲିଂ କରି ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି । ପାଦ ଚିହ୍ନି ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

   Related Posts