WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାବଧାନ ! ଉଲୁଣ୍ଡା ଅଞ୍ଚଳରେ ବୁଲୁଛି ବାଘ, ସତର୍କ ରୁହନ୍ତୁ…

24/09/2023 at 2:42 PM

ସୋନପୁର ୨୪।୦୯ : ବାଘ ମାତିଛି  । ଜଙ୍ଗଲକୁ ଯାଅ ନାହିଁ ଏହି ପରି ଆତଙ୍କ ସୃଷ୍ଟି ହୋଇଛି ସୋନପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ । ଉଲୁଣ୍ଡା ରେଞ୍ଜର ଚଡେଇପଙ୍କ ମହାନଦୀ ଘାଟ ଜଙ୍ଗଲରେ ବାଘଟି ବୁଲୁଥିବାର ଲୋକେ ଦେଖିବାକୁ ପାଇଛନ୍ତି  । ସ୍ଥାନୀୟ ଲୋକେ ବାଘଟି ବୁଲୁଥିବାର ଦେଖି ବନ ବିଭାଗକୁ ଖବର ଦେଇଥିଲେ  । ବନ ବିଭାଗ ଘଟଣାସ୍ଥଲରେ ପହଞ୍ଚି ବାଘର ପାଦ ଚିହ୍ନ  ଠାବ  କରିଛି  ।  । ବନ ବିଭାଗ କିନ୍ତୁ କି ପ୍ରଜାତିର ବାଘ ତାହା ସୃଷ୍ଟ କରିନାହିଁ  । ଏବେ ଖରିଫ ଋତୁରେ ବିଲ ଧାନ ଚାଷ ହେଉଛି । ତେଣୁ ଗ୍ରାମବାସୀମାନେ ନିଜ ଚାଷ କାମ ପାଇଁ  ଜଙ୍ଗଲକୁ ଲାଗି ରହିଥିବା ଜମିକୁ  ଯାଉଛନ୍ତି ତେଣୁ  ଲୋକଙ୍କୁ ଭୟଭୀତରେ ଅଛନ୍ତି  ।

ଖବର ଅନୁଯାୟୀ, ସୋନପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଚଢେଇପଙ୍କ ଜଙ୍ଗଳରେ ଏକ ବାଘ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ବାଘ ଆତଙ୍କ  । ରବିବାର ସକାଳୁ ଉଲୁଣ୍ଡା ରେଞ୍ଜର ଚଡେଇପଙ୍କ ମହାନଦୀ ଘାଟ ଜଙ୍ଗଲରେ ବାଘଟି ବୁଲୁଛି    । ବାଘକୁ ଦେଖି କିଏ ଜଣେ ନିଜ ମୋବାଇଲେରେ ଭିଡିଓ କରିଥିଲେ ।  ପରେ ଏହା କଥା ଜଣା ପଡିବା ପରେ  ସ୍ଥାନୀୟ ଲୋକେ  ବନ ବିଭାଗକୁ ଖବର ଦେଇଥିଲେ । କେତେତ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମଧ୍ୟ ମଳିଛି  । ବର୍ତ୍ତମାନ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଠାବ କରିବା ପାଇଁ ଚେଷ୍ଟା ଜାରି ରିଖିଛି  । ସୁବର୍ଣ୍ଣପୁର ଉଲୁଣ୍ଡା ଯେଉଁ ଅଞ୍ଚଳରେ ବାଘ ଦେଖାଦେଇଛି । ସେହି ଅଞ୍ଚଳରେ ଏବେ ଖରିଫ ଋତୁରେ ଧାନ ଚାଷ ଚାଲିଛି । ତେଣୁ ଗ୍ରାମବାସୀମାନେ ସେହି ଅଞ୍ଚଳକୁ ଯିବାକୁ ଭୟ କରୁଛି ।

ସେପଟେ ବନ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇଛି । ବାଘକୁ ଠାବ କରିବା ସହିତ ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ କହିବା ଜରୁରୀ ହୋଇପଡିଛି  ।

   Related Posts