ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ନରସିଂହପୁରରେ ମାତିଛି ବାଘ ! ଭୟରେ ଜଙ୍ଗଲ ଭିତରକୁ ଯିବାକୁ ଡରୁଛନ୍ତି ଲୋକ

19/11/2019 at 3:13 PM

ଆଠଗଡ ୧୯।୧୧: ନରସିଂହପୁରରେ ମାତିଛି ବାଘ । ଘାଇଲା କଲାଣି ଛେଳି । ଏବେ ଜଙ୍ଗଲ ଭିତରକୁ ଯିବାକୁ ଡରୁଛନ୍ତି ସାଧାରଣ ଲୋକ। ହେଲେ ବନବିଭାଗ ପାଖରେ ଖବର ନାହିଁ । ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମ ରେଞ୍ଜର ବାରସିଙ୍ଗା ଜଙ୍ଗଲ ପନିକିର ଉଲାସକୁଟୁ ଗ୍ରାମର ଜନୈକ ଛେଳି ଚରାଳି ଲିଙ୍ଗରାଜ ଅମାନ୍ତଙ୍କ ପତ୍ନୀ କୁନି ଅମାନ୍ତ ଜଙ୍ଗଲକୁ ଛେଳି ନେଇ ଯାଇଥିବା ବେଳେ ସଂଧ୍ୟାରେ ଘରକୁ ଫେରିବା ବେଳକୁ ୬ଟି ଛେଳିଙ୍କ ମୃତ୍ୟୁ ହୋଇଥିବା ଦେଖିଥିଲେ ।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ନରସିଂହପୁର ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମୃତ ଛେଳିଙ୍କ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ମିଳିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି। ତେବେ ଆକ୍ରମଣ କରିଥିବା ଏହି ଅଜଣା ଜନ୍ତୁଟି ବାଘ ବୋଲି ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

   Related Posts