ଡିମ୍ବିରିପଙ୍କାଳ ଗାଁରେ ବାଘ ଆତଙ୍କ, ଭୟଭୀତ ଲୋକେ

Published By : Prameya-News7 Bureau | December 14, 2023 IST

ମୋହନା ୧୪।୧୨ : ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ମଳାସପଦର ପଞ୍ଚାୟତ ଡିମ୍ବିରିପଙ୍କାଳ ଗାଁରେ ବାଘ ଆତଙ୍କ । ଗାଁରେ କଲରାପତରିଆ ବାଘ ବୁଲୁଥିବା ସୂଚନା । ଘଟଣାସ୍ଥଳରେ ବନବିଭାଗର ଅନୁଧ୍ୟାନ ଜାରି ରଖିଛି ।

{"id":882847,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବୁଧବାର ଦିନ ଗାଁ ଲୋକେ ମକା କିଆରୀରେ ଥିବା ବେଳେ ବାଘ ଦେଖି ଭୟରେ ଦୌଡି ପଳାଇ ଆସିଥିଲେ । ଏହାପରେ ବାଲିରେ ବାଘ ପାଦ ଚିହ୍ନ ଦେଖି ବନବିଭାଗକୁ ସୂଚନା ଦେଇଥିଲେ । ମୋହନ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଶୋଇ, ବନପାଳ ଦେବାଶିଷ ଶତପଥୀ ଏବଂ ଟିମ୍‌ ପହଞ୍ଚି ପାଦ ଚିହ୍ନ ଯାଞ୍ଚ କରିଥିଲେ ।

ତେବେ ଯାଞ୍ଚ ପରେ ଏହା କଲରାପତରିଆ ବାଘର ପାଦ ଚିହ୍ନ ବୋଲି ଅନୁମାନ କରାଯାଉଛି । ସେହି ଅଞ୍ଚଳରେ ବହୁ ଦିନ ହେଲା ଦୁଇଟି କଲରାପତରିଆ ବାଘ ଥିବା ବନ ବିଭାଗ ସୂଚନା ଦେଇଛି । ତେଣୁ ସଂଧ୍ୟା ପୂର୍ବରୁ ଘରକୁ ଫେରିବା ସହ ଗାଈ ଗୋରୁକୁ ଗୋଟିଏ ଜାଗାରେ ବାନ୍ଧି ରଖିବା ସହ ଘର ନବାହାରିବା ପାଇଁ ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

wp:embed {"url":"https://www.prameyanews7.com/ipl-team-brand-value-mumbai-indians-team-is-at-first-place/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ipl-team-brand-value-mumbai-indians-team-is-at-first-place/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.