ବଡ଼ମାଳ ଗୋଳାବାରୁଦ କାରଖାନାରେ ବାଘ ଆତଙ୍କ: ଲୋକେ ଭୟଭୀତ, ଭିଡିଓ ଭାଇରାଲ
3/03/2023 at 9:59 AM

ଟିଟଲାଗଡ ୦୩/୦୩: ବଡ଼ମାଳ ଗୋଳାବାରୁଦ କାରଖାନାରେ ବାଘ ଆତଙ୍କ । ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ୩ଟି କଲରାପତରିଆ ବାଘ ରାସ୍ତା ପାର କରୁଥିବାର ଦୃଶ୍ୟ ।
ଭିଡିଓ ଟି ଗୋଟିଏ କାର ଭିତରୁ ସୁଟିଂ କରାଯାଇଥିବାର ଦେଖିବାକୁ ମିଳିଛି । ତେବେ ବାଘ ବୁଲୁଥିବାର ଜାଗାଟି ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ନିକଟରେ ଥିବା ବଡମାଳ ଗୋଳାବାରୁଦ କାରଖାନା ପରିସରରେ ଥିବା କୌଣସି ଏକ ଜାଗାର ବୋଲି କୁହାଯାଉଛି ।
ତେବେ ସମୟ ସମୟରେ ଏହି ଅଞ୍ଚଳରେ କଲରାପତରିଆ ବାଘ ନିଜର ଉପସ୍ଥିତି ଜାହିର କରିସାରିଛି । ତେବେ ଏହି ଦୂଶ୍ୟ ବଡ଼ମାଲର ନା ଅନ୍ୟ କେଉଁ ଜାଗାର ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି l
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023