ରାସ୍ତାରେ ବୁଲୁଛି ମହାବଳ, ଭିଡିଓ ଭାଇରାଲ ପରେ ଲୋକେ ଭୟଭୀତ

Published By : Prameya-News7 Bureau | December 14, 2022 IST

ସୁନ୍ଦରଗଡ ୧୪/୧୨: ହେମଗିର ରେଞ୍ଜ ଅନ୍ତର୍ଗତ ଗର୍ଜନ ପାହାଡ଼ ନିକଟସ୍ଥ କଳାମେଘା ନିକଟରେ ଗତ କିଛିଦିନ ତଳେ ଏକ ମହାବଳ ବାଘର ରାତିର ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା ।

ଆଜି ପୁଣି ସେହି ମହାବଳ ବାଘ କୋଇଲା ଖଣି ନିକଟରେ ବୁଲୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । କିନ୍ତୁ ବନବିଭାଗ ସହ ଯୋଗାଯୋଗ କରିଥିଲୁ ହେଲେ ବନବିଭାଗ କହିଥିଲା ଆମ ପାଖରେ କୌଣସି ଖବର ନାହି । କିନ୍ତୁ ସୁନ୍ଦରଗଡ ଓ ଛତିଶଗଡ ବଡର ହୋଇଥିବାରୁ ଏହି ବାଘଟି ଛତିଶଗଡ଼ ଅଞ୍ଚଳର ବୋଲି ସନ୍ଦେହ କରାଯାଇଛି ।

କିନ୍ତୁ ସେପଟେ ହେମଗିରି ଅଞ୍ଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ମହାବଳ ବାଘଟିର ଭିଡିଓ କେଉଁ ଅଞ୍ଚଳର ତାହା ଜଣାପଡିନି । ଏନେଇ ବନବିଭାଗ ଗୁରୁତର ସହ ଏହି ଭାଇରାଲ ଭିଡିଓର ସତ୍ୟସତ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଗତ ୨୦୧୮ ମସିହାରେ ଏହି ଅଞ୍ଚଳରୁ ଏକ ବ୍ଲାକ ପନ୍ଥର ଠାବ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.