LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବାଛୁରୀ ମାରି ଖାଇଲା ବାଘ: ଲୋକେ ଭୟଭୀତ, ଚିନ୍ତାରେ ବନବିଭାଗ

27/03/2023 at 10:40 AM

ନୂଆପଡା ୨୭/୦୩ : ନୂଆପଡାରେ ଥମୁନି ବାଘ ଆତଙ୍କ । ସୋମବାର ପାହାନ୍ତିଆରେ ଗୋଟିଏ ବାଛୁରୀକୁ ମାରି ଖାଇଥିବା ସୂଚନା । ଧରମବନ୍ଧା ପଞ୍ଚାୟତ ସିଲିଆରୀ ବାହାରା ଗାଁରେ ଘଟିଛି ଏହି ଘଟଣା । ରବିବାର ଗୋଟିଏ ବାଛୁରୀକୁ ଦୁଇଟି କଲରାପତରିଆ ବାଘ ମାରି ଖାଇଥିଲେ । ସେହି ପାଖାପାଖି ଅଞ୍ଚଳରେ ସୋମବାର ପାହାନ୍ତିଆରେ ଗୋଟିଏ ବାଛୁରୀକୁ ଖାଇଥିବା ସୂଚନା ଦେଇଛନ୍ତି ବନ କର୍ମଚାରୀ ।

ସୂଚନା ଥାଉକି, ଗତ କିଛି ଦେନ ହେବ ଏଠାରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ପ୍ରତିଦିନ ଗୃହପାଳିତ ପଶୁଙ୍କୁ ବାଘ ମାରି ଖାୁଥିବା ସୂଚନା ରହିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏପରିକି ଲୋକେ ଘରୁ ବାହାରିବାକୁ ଉଚିତ୍ ମଣୁନାହାଁନ୍ତି । ସେହିପରି ବନବିଭାଗ ବି ବାଘକୁ କାବୁ କରିବାରେ ଫେଲ୍ ମାରିଛି ।

   Related Posts