ପଞ୍ଚୁପଲ୍ଲି ଗାଁ ନିକଟରେ ବୁଲୁଛି ବାଘ ! ଚାଷଜମିରେ ପଡିଛି ପାଦଚିହ୍ନ

Published By : Prameya-News7 Bureau | November 18, 2023 IST

ଆନନ୍ଦପୁର ୧୮/୧୧: ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ପଞ୍ଚୁପଲ୍ଲି ଗାଁ ନିକଟରେ ବାଘ । ଗାଁରେ ବାଘ ବୁଲୁଥିବା ଭିଡିଓ ଘୂରି ବୁଲୁଥିବାର ଭାଇରାଲ ହେବା ପରେ ଆନନ୍ଦପୁର ବ୍ଲକ ପଞ୍ଚୁପଞ୍ଚୁଲୀ ଗାଁରେ ଆତଙ୍କ ଖେଳିଯାଇଛି ।

ଘଟଣାକୁ ନେଇ ଆନନ୍ଦପୁର ବନ ବିଭାଗ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି । ଆନନ୍ଦପୁର ଡିଏଡିଫ୍ଓ ଅଭୟ କୁମାର ଦଳେଇ ଭାଇରାଲ ଭିଡିଓ ସମ୍ପର୍କରେ ଜାଣିଥିବା ଏବଂ ଘଟଣାର ସତ୍ୟତା ଅନୁସନ୍ଧାନ ପାଇଁବନ ବିଭାଗ କର୍ମଚରୀଙ୍କ ଦ୍ୱାରା ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରିଥିବା ସୂଚନା ଦେଇଛନ୍ତି । ତେବେ ରାତି ଅଧିକ ହୋଇଥିବାରୁ ଘଟଣାର ସତ୍ୟତା ଜଣାପଡିନଡିଥିବା ପ୍ରକାଶ କରିଛନ୍ତି ।

wp:embed {"url":"https://www.prameyanews7.com/fear-of-tigers-in-ganjam-border-dfo-appeals-to-be-alert/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fear-of-tigers-in-ganjam-border-dfo-appeals-to-be-alert/
/wp:embed

ପୁଣି ଶନିବାର ସକାଳେ ବନ କର୍ମଚାରୀ ପଞ୍ଚୁପଲୀ ଗାଁକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ଚାଷ ଜମିରେ ବାଘ ପଞ୍ଝା ଦେଖିବାକୁ ପାଇଛି ବନ ବିଭାଗ ଟିମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.