ଗତିରାଉତପାଟଣାରେ ବୁଲୁଛି ବାଘ! ବନବିଭାଗ କହିଲା ହୋଇଥାଇପାରେ ବଣଭୁଆ

Published By : Prameya-News7 Bureau | February 22, 2024 IST

କଟକ ୨୨/୦୨: କଟକ ଗତିରାଉତ ପାଟଣା ଗେଲ୍ ଇଣ୍ଡିଆ ଗ୍ୟାସ ପାଇପ୍ ପାଖ ଅଞ୍ଚଳରେ ଏକ ବାଘ ବୁଲୁଥିବା ର ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଏହା ଏକ ଜଙ୍ଗଲ କ୍ୟାଟ ବା ବଣ ଭୂଆ ବୋଲି କହିଛନ୍ତି ବନ ଅଧିକାରୀ ।

ଅନ୍ୟପଟେ ବାଘ ବୁଲୁଥିବା ଖବର ଗତ କାଲିଠାରୁ ପ୍ରଚାରିତ ହେବା ପର ଠାରୁ ସ୍ଥାନୀୟ ଗତି ରାଉତ୍ ପାଟଣା ଅଞ୍ଚଳରେ ଲୋକଙ୍କ ମନରେ ଭୟ ଖେଳି ଯାଇଥିବା ସହ ଠେଙ୍ଗା ବାଡ଼ି ଧରି ଲୋକେ ଜଗିଛନ୍ତି । ଜଙ୍ଗଲ ଭୁଆ କୌଣସି ପ୍ରକାରେ କ୍ଷତି କରନ୍ତି ନାହିଁ ବୋଲି ମଧ୍ୟ ବନ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଗତିରାଉତପାଟଣା ଘାଟକୂଳରେ ବୁଧବାର ସନ୍ଧ୍ୟାରେ ଏକ ବାଘ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିବା ପ୍ରଚାରିତ ହୋଇଥିଲା । ଏପରିକି କେହିଜଣେ ଏହାର ଭିଡିଓ କରି ଭାଇରାଲ୍‌ କରିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ସୋସିଆଲ୍‌ ମିଡିଆରୁ ଏହି ଭିଡିଓକୁ ଦେଖି ମହାନଦୀବିହାର ଫରେଷ୍ଟ ରେଞ୍ଜ ଅଫିସର ଏହାକୁ ଖଣ୍ଡନ କରି କହିଛନ୍ତି ଏହା ବାଘ ନୁହେଁ ବଣଭୁଆ । ଏହି ଗୁଜବକୁ ବିଶ୍ୱାସ ନକରିବାକୁ ସେ ଜନସାଧାରଣଙ୍କୁ କହିଛନ୍ତି ।

you can also read...

wp:embed {"url":"https://www.prameyanews7.com/radio-caller-installed-in-elephant-in-anugul/","type":"wp-embed","providerNameSlug":"prameya-news-7"}
https://www.prameyanews7.com/radio-caller-installed-in-elephant-in-anugul/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.