ସଚ୍ଚିବାଳୟରେ ବାଘ କେମିତି ପଶିଲା ଦେଖନ୍ତୁ ପୁରା ଭିଡିଓ

Published By : Prameya-News7 Bureau | November 05, 2018 IST

ଗାନ୍ଧୀନଗର ୫|୧୧: ସଚ୍ଚିବାଳୟରେ ବାଘ । ଗୁଜରାଟ ଗାନ୍ଧିନଗରରେ ଥିବା ରାଜ୍ୟ ସଚିବାଳୟ ଭିତରେ ପଶି ଯାଇଥିଲା ଚିତାବାଘ । ଆଜି ବଡି ଭୋରରୁ ଗେଟ୍ ତଳେ ଥିବା ଫାଙ୍କ ଦେଇ ଚିତାବାଘ ପଶି ଯାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ସଚିବାଳୟର ହାଇ ସିକ୍ୟୁରିଟି ଜୋନ୍ ଭିତରେ ଚିତାବାଘ ପଶି ଯାଇଛି । ଶହେରୁ ଅଧିକ ବନ କର୍ମଚାରୀ ତାକୁ ଠାବ କରିବା କାମରେ ଲାଗିଥିଲେ । ସଚିବାଳୟର ଗେଟ୍  ନମ୍ବର ୭ ତଳେ ଥିବା ଅଳ୍ପ ଟିକିଏ ଫାଙ୍କରେ ଚିତାବାଘ ଗଳି ଭିତରକୁ ଚାଲି ଯାଇଥିଲା । ଗୁଜରାଟ ଷ୍ଟେଟ ରିଜର୍ଭ ପେଲିସର ଜଣେ ଯବାନ ଏହା ଦେଖିଥିଲେ । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସଚିବାଳୟ ପରିସରରେ ବାଘ ଥିବାରୁ ଭିତରକୁ କୌଣସି କର୍ମଚାରୀ ବା ଅଧିକାରୀଙ୍କୁ ଛଡା ଯାଇନଥିଲା । ରାଜଧାନୀ ଗାନ୍ଧିନଗରର ୫୦କିଲୋମିଟର ଭିତରେ ସଂରକ୍ଷିତ ଜଙ୍ଗଲ ଥିବାରୁ ଏଠାରୁ ଚିତାବାଘ ଚାଲି ଆସିଥିବା ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.