ବାଘ ଶିକାର ଘଟଣା: କାର୍ଯ୍ୟରେ ଅବହେଳା ଯୋଗୁଁ ଫରେଷ୍ଟର ନିଲମ୍ବିତ

Published By : Prameya-News7 Bureau | September 26, 2022 IST

ସୋନପୁର:  କଲରାପତରିଆ ବାଘ ଶିକାର ଘଟଣାରେ  କାର୍ଯ୍ୟରେ ଅବହେଳା ଯୋଗୁଁ ଉଲୁଣ୍ଡା ଫରେଷ୍ଟର ପ୍ରସନ୍ନ ନାଏକ ନିଲମ୍ବିତ । ସୁବର୍ଣ୍ଣପୁର ଡିଏଫ୍ଓ ସୋମବାର ଏହାର ସୂଚନା ଦେଇଛନ୍ତି। ପୂର୍ବରୁ ଜଣେ ବନରକ୍ଷୀ ମଧ୍ୟ ନିଲମ୍ବିତ ହୋଇଥିଲେ। ଗତ ୧୩ ତାରିଖ ଉଲୁଣ୍ଡା ବନାଞ୍ଚଳ ବାଘପାଲି ଚାନ୍ଦିଲି ଜଙ୍ଗଲରୁ ଏକ କଲରାପତରିଆ ବାଘର ଗଳିତ ଶବ ମିଳିଥିଲା।

ବାଘଟିକୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଶିକାର କରାଯାଇଥିଲା । ଘଟଣାସ୍ଥଳରୁ ନଖି , ଦାନ୍ତ ଏବଂ ପଞ୍ଜା ନେଇ ଅପରାଧୀମାନେ ଫେରାର ହୋଇଯାଇଥିଲେ ।  ବନ ବିଭାଗ କର୍ମଚାରୀଙ୍କ ଅବହେଳାରୁ ବାଘ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ଫରେଷ୍ଟର ଏବଂ ପରେଷ୍ଟ ଗାର୍ଡଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ।  ବର୍ତ୍ତମାନ ମଧ୍ୟ ଅନେକ ଅଭିଯୁକ୍ତ ଫେରାର ଅଛନ୍ତି । ଏ ପର୍ଯ୍ୟନ୍ତ ବାକି ୧୦ଟି ନଖ ବନବିଭାଗ ଉଦ୍ଧାର କରିବାରେ ବିଫଳ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.