ଖଇରା ଅଞ୍ଚଳରେ ବାଘ ଆତଙ୍କ : ଆକ୍ରମଣରେ ୪ ଜଣ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 08, 2024 IST

ସୋର ୮।୬: ବାଲେଶ୍ବର ଖଇରା ଅଞ୍ଚଳରେ ବାଘର ଆତଙ୍କ । ଶନିବାର ଅପରାହ୍ନ ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗ୍ରାମରେ ଏକ କଲରାପତରିଆ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ମହିଳା ଜଣକ ହେଲେ ଗ୍ରାମର ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ । ତାଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । 

ତେବେ ସତ୍ୟଭାମା ନିଜ ପୁଅ ଓ ସ୍ୱାମୀଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ବାଘଟି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ପରେ ସେ ଚିତ୍କାର କରିବାରୁ ନିକଟରେ ଥିବା ତାଙ୍କ ପୁଅ ଓ ସ୍ୱାମୀ ପାଟି କରି ତାଙ୍କ ନିକଟକୁ ଯାଇଥିଲେ । ଏହି ସମୟରେ ବାଘଟି ସେଠାରୁ ଗର୍ଜନ କରି ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା । ପରେ ଗ୍ରାମବାସୀ ଏକତ୍ର ହୋଇ ବାଘଟିକୁ ଗୋଡ଼ାଇବାକୁ ପ୍ରୟାସ କରିବାରୁ ବାଘଟି କେଉଁଠାରେ ଲୁଚିଯାଇଥିଲା । ପରେ ଗ୍ରାମରେ କୁପାରୀ ବନ ବିଭାଗର କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜୁଥିଲେ । ଏହି ସମୟରେ ବାଘଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତ ନାୟକ (୨୦)କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା   ଟଙ୍କଧର କେସି (୫୫) ଓ ରାଧାକାନ୍ତ ନାୟକ (୨୦) ଉପରକୁ ଆକ୍ରମଣ କରି ପୁନର୍ବାର କୌଣସି ବୁଦାମୂଳରେ ଲୁଚିଯାଇଛି । ଏବେ ଗ୍ରାମରେ ଭୟ ଓ ଆତଙ୍କ ଖେଳିଥିବା ବେଳେ ବାଘକୁ ଧରିବା ଲାଗି ଉଭୟ ଗ୍ରାମବାସୀ ଓ ବନ କର୍ମଚାରୀ ଜୋରଦାର ପ୍ରୟାସ ଚଳାଇଛନ୍ତି । ଆକ୍ରମଣ କରୁଥିବା ଜନ୍ତୁଟି ବାଘ ନା ଅନ୍ୟ କିଛି ଜଣାପଡିନାହିଁ ।

You Can Read :

ରଥଯାତ୍ରା ନେଇ ଜୋରଦାର ପ୍ରସ୍ତୁତି : ବିଭିନ୍ନ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକ

 

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.