oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

‘ପ୍ରେମ ପ୍ରତ୍ୟାଖ୍ୟାନ’କୁ ମହାବଳ ଗ୍ରହଣ କରିପାରିଲାନି, ବାଘୁଣୀକୁ ଝୁଣି ମାରିଦେଲା

3/01/2020 at 12:51 PM

ଉଦୟପୁର ୩।୧: କେବଳ ମଣିଷ ନୁହେଁ, ପଶୁ ମଧ୍ୟ ପ୍ରେମରେ ପ୍ରତ୍ୟାଖ୍ୟାନକୁ ଗ୍ରହଣ କରିପାରେନି । ରାଜସ୍ଥାନରେ ଉଦୟପୁର ଅନ୍ତର୍ଗତ ସାଜନଗଡ ପ୍ରାଣୀ ଉଦ୍ୟାନରେ ଏକ ମହାବଳ ବାଘର ହିଂସ୍ର ଆଚରଣ ଏହା ପ୍ରମାଣିତ କରିଛି । ଚିଡିଆଖାନାର  ଖୁଆଡ ଭିତରେ ଏର ବାଘୁଣୀକୁ ମାରି ଦେଇଛି ମହାବଳ । ବାଘୁଣୀଟି ମିଳନକୁ ବିରୋଧ କରିବାରୁ ଉତକ୍ଷିପ୍ତ ହୋଇ ମହାବାଳ ବାଘ ତାକୁ ଆକ୍ରମଣ କରି ମାରିଛି । ତେବେ ଖୁଆଡ ଭିତରେ ବାଘ- ବାଘୁଣୀଙ୍କ ଲଢେଇ ବେଳେ ପ୍ରାଣୀ ଉଦ୍ୟାନରେ ଅନେକ ଦର୍ଶକ ଥିଲେ । ପ୍ରାଣୀ ଉଦ୍ୟାନ କର୍ମଚାରୀ  ଉଦ୍ୟମ କରି ମଧ୍ୟ ବାଘୁଣୀଟିକୁ ବଞ୍ଚାଇ ପାରିନଥିଲେ ।

ଗୁରୁବାର ଅପରାହ୍ନରେ ଏହି ଘଟଣାଟି ଘଟିଛି । ୧୩ ବର୍ଷର ବାଘୁଣୀ ଦାମିନି ତା ଖୁଆଡରେ ଥିବା ବେଳେ ତାକୁ ଆକ୍ରମଣ କରିଥିଲା ମହାବଳ ବାଘ କୁମାର । ଦାମିନିକୁ କିଛି ବର୍ଷ ତଳେ ପୁନେରୁ  ସାଜନଗଡ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ସେହି ଦିନଠାରୁ ସେ  ଏଠାରେ ଦର୍ଶକଙ୍କ ଏକ ପ୍ରମୁଖ ଆକର୍ଷଣ ଥିଲା । କିଛି ବର୍ଷତଳେ ମହାବଳ ବାଘ କୁମାରକୁ କର୍ଣ୍ଣାଟକରୁ ଏଠାକୁ ଅଣାଯାଇଥିଲା । ଦୁଇ ବାଘ ଓ ବାଘୁଣୀକୁ ଅଲଗା ଅଲଗା ଭାବେ କିନ୍ତୁ ଦୁଇ ପାଖାପାଖି ଖୁଆଡରେ ରଖାଯାଇଥିଲା ।

ସେମାନଙ୍କୁ ମିଳନ ସମୟରେ ଏକାଠି କରିବା ଉଦ୍ଦେଶ୍ୟରେ ଏପରି କରିଥିଲେ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ । କାରଣ ସାଧାରଣ ଭାବେ  ପାଖା ପାଖି ଖୁଆଡେରେ ରଖିବାଦ୍ବାରା ବାଘ –ବାଘୁଣୀ ପରସ୍ପରକୁ ଦେଖିବା ସହ ପରସ୍ପରର ଗନ୍ଧ ବାରି ପ୍ରତିକ୍ରିୟାଶୀଳ  । ଏହାଦ୍ବାରା ସେମାନଙ୍କ ଭିତରେ ଆକର୍ଷଣ ବଢିଥାଏ ଏବଂ ସେମାନଙ୍କ ମଧ୍ୟରେ ମେଟିଂ କରିବା ସହଜ ଓ ସମ୍ଭବ ହୋଇଥାଏ  ।  ବିଶେଷଜ୍ଞଙ୍କ ମତରେ ଏକ ମହାବଳ ବାଘ ବହୁ ଶକ୍ତିଶାଳୀ । ଯଦି ଯୌନ ମିଳନ ଲାଗି ଏକ ବାଘୁଣୀ ରାଜି ହୋଇ ନଥାଏ , ତେବେ ମହାବଳ ତାକୁ ଖୁବ୍ ସମୟ ଭିତରେ ଆକ୍ତିଆର କରିନେଇ ମାରିଦେଇ ବି ପାରେ । ସେହି ଘଟଣା ଦାମିନି ଏବଂ କୁମାରଙ୍କ କ୍ଷେତ୍ରରେ ଘଟିଥିବା ଆଶଙ୍କା କରାଯାଉଛି ।

ଅଲଗା ଖୁଆଡ ଭିତରେ ଥିଲେ ବି, କୁମାର ତାର ଜାଲି ଭିତର ଦେଇ ଦାମିନି ଖୁଆଡକୁ ଆସିଥିଲା । କିନ୍ତୁ ଦାମିନି ତା ପ୍ରତି ଆକର୍ଷିତ ହୋଇ ନଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦାମିନିକୁ ଆକ୍ରମଣ କରିଥିଲା । ବାଘ- ବାଘୁଣୀବେଶ୍ କିଛି ସମୟ ଖୁଆଡ ଭିତରେ ଲଢିଥିଲେ । କିନ୍ତୁ ହାରିଯାଇଥିଲା ଦାମିନି, ତାକୁ ମାରିଦେଇଥିଲା ମହାବଳ କୁମାର । ଏନେଇ ଆଲୋଡନ ସୃଷ୍ଟି ହୋଇଥିବା ବେଳେ, କୁମାର କିପରି ଦାମିନି ଖୁଆଡକୁ ପଶିଲା ତାର ଯାଞ୍ଚ କରାଯାଉଛି । ଏଥିରେ ପ୍ରାଣୀଉଦ୍ୟାନ କର୍ମଚାରାଙ୍କ ଦାୟିତ୍ବହୀନତା ନେଇ ମଧ୍ୟ ଅଭିଯୋଗ ଉଠିଛି ।  

   Related Posts