ଶୌଚରୁ ଫେରୁଥିବାବେଳେ ଆକ୍ରମଣ କଲା ବାଘ : କୁକୁରର ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | June 02, 2019 IST

କଥାରେ ଅଛି "ଯାହାକୁ ରଖିବେ ଅନନ୍ତ ତାକୁ କି କରିବେ ବଳବନ୍ତ" । ଏହିଭଳି ଏକ ଘଟଣା ମଧ୍ୟ ପ୍ରଦେଶରେ ଘଟିଛି । ମଧ୍ୟ ପ୍ରଦେଶ ଶିବନୀ ଜିଲ୍ଲାରେ ଏକ ପୋଷା କୁକୁର ଯୋଗୁଁ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । କୁକୁର ବାଘ ସହ ଲଢ଼ି ଯୁବକଙ୍କ ଜୀବନ ବଞ୍ଚାଇଛି । ବାଘ ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଶିବନୀ ଜିଲ୍ଲା କୁରଇ ବନାଞ୍ଚଳରେ ଶନିବାର ଦିନ ସକାଳୁ ଶୌଚ କରିବାକୁ ଯାଇଥିଲେ ଯୁବକ । ଶୌଚ କରି ଜଙ୍ଗଲରୁ ଫେରୁଥିବା ସମୟରେ ଯୁବକଙ୍କୁ ବାଘ ଆକ୍ରମଣ କରିଥିଲା । ଯୁବକଙ୍କ ସହ ତାଙ୍କ ପୋଷା କୁକୁର ମଧ୍ୟ ଥିଲା । ବାଘ ଯୁବକଙ୍କୁ ଆକ୍ରମଣ କରିବାରୁ କୁକୁର ଜୋରରେ ଭୁକିବା ଆରମ୍ଭ କରିଥିଲା । କୁକୁର ଭୁକିବା ଶୁଣି ଜଙ୍ଗଲ ଆଖପାଖରେ ଥିବା ଗାଁଲୋକେ ଦୌଡ଼ି ଆସିଥିଲା । ଲୋକେ ଠେଙ୍ଗା ବାଡ଼ି ଧରି ଗୋଡ଼ାଇବାରୁ ବାଘ ପଳାଇଯାଇଥିଲା । 

{"id":118791}

ବନ ଅଧିକାରୀ ଟି.ଏସ ସୁଲିଆ କହିଛନ୍ତି ଯେ, କୁରଇ ବନାଞ୍ଚଳ ଅନ୍ତର୍ଗତ ପରାସପାନି ବିଟ୍ ରେ ଶନିବାର ସକାଳୁ ପଞ୍ଚମ ନାମକ ଯୁବକ ଶୌଚରୁ ଫେରୁଥିବା ସମୟରେ ବାଘ ତାଙ୍କୁ ଆକ୍ରମଣ କରିଥିଲା । କିନ୍ତୁ କୁକୁରର ଉପସ୍ଥିତ ବୁଦ୍ଧି ଯୋଗୁଁ ଯୁବକଙ୍କ ଜୀବନ ବଞ୍ଚି ଯାଇଥିଲା । ବାଘ ଆକ୍ରମଣରେ ଯୁବକଙ୍କ ଦୁଇ ହାତ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.