ଗାଁରେ ପଶିଲା ବାଘ: ୨ ମହିଳାଙ୍କ ସମେତ ୫ଜଣଙ୍କୁ ଘାଇଲା କରି ଛପିଗଲା, ଜଗିଛନ୍ତି ବନ କର୍ମଚାରୀ

Published By : Prameya-News7 Bureau | August 04, 2020 IST

ସୁନ୍ଦରଗଡ, ୦୪|୦୮:  ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ରପିଆ ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ବାଘ ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି । ଆହତଙ୍କୁ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ହେମଗିରି ବ୍ଲକର ଦାଘରା ସଂରକ୍ଷିତ ଜଙ୍ଗଲ ଛତିଶଗଡ ସୀମାନ୍ତକୁ ଲାଗି ରହିଛି । ତେବେ ସନ୍ଧ୍ୟାରେ କିଛି ବ୍ୟକ୍ତି ନିଜନିଜ ଘର ବାରଣ୍ଡାରେ ବସିଥିଲେ । ସେହି ସମୟରେ ହଠାତ ଏକ ବାଘ ଆସି ଲୋକଙ୍କୁ ଆକ୍ରମଣ କରିଥିଲା ।ବାଘର ଆକ୍ରମଣରେ ଗ୍ରାମର ନଳୀନି ବିଶ୍ୱାଳ, ପରମେଶ୍ୱର ଭୋଇ, ନୀରଞ୍ଜନ ଭୋଇ, କେଶବ ମାକର ଓ ପଦ୍ମାବତୀ ବିଶ୍ୱାଳ ଆହତ ହୋଇଛନ୍ତି ।  

{"id":309850,"width":747,"height":441,"sizeSlug":"large"}

ଖବର ପାଇ ବନ ବିଭାଗର ଅଧିକାରୀ ଗ୍ରାମରେ ପହଁଚି ଲୋକଙ୍କୁ କଲରାପତରିଆ ଓ ମହାବଳ ବାଘର ଫଟୋ ଦେଖାଇଥିଲେ ।ତେବେ ବାଘଗ୍ରାମକୁ ଆସିବା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ବାଘ ଲୁଚିରହିଥିବା ଆଶଙ୍କାରେ ବନ ବିଭାଗର କର୍ମଚାରୀ ଜଗି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.