ଗଞ୍ଜାମରେ ମଦୁଆ ଚାଳକଙ୍କ ପାଇଁ କଡ଼ାକଡ଼ି ଚେକିଂ; ୩ ଦିନରେ ଗାଡ଼ି ସହ ୪୧ ଗିରଫ
29/05/2023 at 11:26 PM

ଖଲ୍ଲିକୋଟ ୨୯/୦୫: ଗଞ୍ଜାମ ଜିଲ୍ଲାରେ ଦୈନିକ ସଡ଼କ ଦୃର୍ଘଟଣାରେ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି। ମଦ୍ୟପାନ କରି ଗାଡି ଚଳାଇବାରୁ ମଧ୍ୟ ବିଭିନ୍ନ ସମୟରେ ସଡ଼କ ଦୃର୍ଘଟଣା ହେଉଛି। ଏହି ସଂଖ୍ୟା କମ କରିବାକୁ ହେବ ଗଞ୍ଜାମ ଏସପି ଜଗମୋହନ ମୀନା ଏହାକୁ ଗୁରୁତ୍ୱ ସହ ନେଇ ପ୍ରତ୍ୟକ ଥାନାଧିକାରୀ ମାନଙ୍କୁ ଯାଞ୍ଚ ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମଦପିଇ ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ କଡାକଡି ଯାଂଚ କରାଯାଉଛି।

ଏନେଇ ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଗତ ତିନି ଦିନ ମଧ୍ୟରେ ରାତିରେ ପୋଲିସ ତଦନ୍ତ ବେଳେ ୪୧ ମଦୁଆ ଚାଳକ ଗିରଫ ହେବା ସହ ସେମାନଙ୍କ ଗାଡି ଜବତ କରାଯାଇଛି। ଏନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି। ସୂଚନା ଥାଉକି ଗଞ୍ଜାମ ଜିଲାରେ ୨୦୨୨ରେ ୮୩୧ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୪୧୪ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହାକି ରାଜ୍ୟରେ ଗଞ୍ଜାମ ଜିଲ୍ଲା ସର୍ବାଧିକ ରହିଥିଲା।