vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ହାର୍ଟ ରେଟ୍ ସେନ୍ସର ଏବଂ ୭ ଦିନ ବ୍ୟାଟେରୀ ବ୍ୟାକଅପ୍ ସହ ଭାରତରେ ଲଞ୍ଚ ହେଲା ସ୍ମାର୍ଟୱାଚ୍

23/08/2020 at 2:06 PM

ନୂଆଦିଲ୍ଲୀ ୨୩/୦୮ : ଗୁଗୁଲ୍ ମାଲିକାନା କମ୍ପାନୀ ମୋବଭୋଇ (Mobvoi )ଏହାର ନୂତନ ସୁଲଭ ସ୍ମାର୍ଟୱାଚ୍ ଟିକୱାଚ୍ ଜିଟିଏକ୍ସ (TicWatch GTX )ଭାରତରେ ଲଞ୍ଚ କରିଛି। ଏହି ସ୍ମାର୍ଟ ୱାଚ୍ ରେ ୧୪ ଟି ୱାର୍କ ଆଉଟ୍ ମୋଡ୍ ଅଛି | ଏଥିରେ ହାର୍ଟ ରେଟ ମନିଟରିଂ ଭଳି ଫିଚର ମଧ୍ୟ ଅଛି | ଏହା ବ୍ୟତୀତ, ଏହି ୭ ଦିନର ବ୍ୟାଟେରୀ ବ୍ୟାକଅପ୍ ସହିତ ତିଆରି କରାଯାଇଛି |

TicWatch GTX ର ମୂଲ୍ୟ ଭାରତରେ ୫ ହଜାର ୬୬୯ ଟଙ୍କା ଏବଂ ଏହା କେବଳ କଳା ରଙ୍ଗରେ ଉପଲବ୍ଧ ହେବ | ଏହାକୁ ମୋବଭୋଇର ୱେବସାଇଟରେ ଉପଲବ୍ଧ | ୱେବସାଇଟରୁ ଅର୍ଡର କରି କିଣାଯାଇପାରିବ | ଏହି ସ୍ମାର୍ଟ ୱାଚ୍ ବର୍ତ୍ତମାନ ୧୦ ପ୍ରତିଶତ ରିହାତି ସହିତ ଉପଲବ୍ଧ | ଏହାର ପ୍ରକୃତ ମୂଲ୍ୟ ୬ ହଜାର ୨୨୯ ଟଙ୍କା | ଏହାର ବିକ୍ରୟ ସେପ୍ଟେମ୍ବର ୩ ତାରିଖରୁ ଆରମ୍ଭ ହେବ | ବର୍ତ୍ତମାନ ଏହାର ବୁକିଂ ଆରମ୍ଭ ହୋଇଛି |

   Related Posts