ଡିସେମ୍ବର ୨୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍, ୫ରୁ ବିକ୍ରି ହେବ ଟିକେଟ୍

Published By : Prameya-News7 Bureau | November 16, 2019 IST

କଟକ ୧୬।୧୧: ଦୁଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଡିସେମ୍ବର ୨୨ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଏଥିପାଇଁ ଡିସେମ୍ବର ୫ତାରିଖରୁ ଅନଲାଇନ୍ ରେ ମିଳିବ ଟିକେଟ୍ । ୧୯ତାରିଖରି କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ । ପ୍ରାୟ ୪୦ ହଜାର ଟିକେଟ୍ ବିକ୍ରିର ବ୍ୟବସ୍ଥା ହୋଇଛି । ଟିକେଟ୍ ରେ କଟକ ଡିସିପିଙ୍କ ଦସ୍ତଖତ ରହିବା ନେଇ ସୂଚନା ମିଳିଛି ।

ମ୍ୟାଚ୍ ପାଇଁ ଡିସେମ୍ବର ୧୯ତାରିଖରେ ଆସିବେ ଖେଳାଳି । ଭୁବନେଶ୍ବର ମେ ଫେୟାରରେ ଉଭୟ ଦଳର ଖେଳାଳିଙ୍କ ରହିବାର ବ୍ୟବସ୍ଥା କରାଯିବ । ମ୍ୟାଚ୍ ସରିବା ପରେ ଡିସେମ୍ବର ୨୩ ତାରିଖରେ  ଖେଳାଳିମାନେ ଫେରିଯିବା ନେଇ ସୂଚନା ରହିଛି । ମ୍ୟାଚ୍ ସମୟରେ ଭୁବନେଶ୍ବର ଏବଂ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ସୁରକ୍ଷା ଦାୟିତ୍ବରେ ରହିବେ ଦୁଇ ଡିସିପି । ମ୍ୟାଚ୍ ସମୟରେ ବୋତଲ, ଦିଆସିଲ, କଏନ ଆଦି ଖେଳପଡିଆ ଭିତରକୁ ନେବା ନେଇ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.