ଆସନ୍ତା ୨୮ରେ ଭୁବନେଶ୍ବରରେ ବିଶ୍ବକପ୍ ହକି ; ଆଜିଠାରୁ ଟିକେଟ୍ ବିକ୍ରି ଆରମ୍ଭ
5/11/2018 at 11:58 AM

ଭୁବନେଶ୍ବର ୫|୧୧: ଆସନ୍ତା ୨୮ରେ ଭୁବନେଶ୍ବରରେ ବିଶ୍ବକପ ହକି । ଏଥିପାଇଁ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର ୯ ସ୍ଥିତ ବକ୍ସ ଅଫିସ ସମେତ ଭୁବନେଶ୍ବର ଓ କଟକରେ ମୋଟ୍ ୨୦ଟି ସ୍ଥାନରେ ଟିକେଟ୍ ମିଳିବ । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ । କାଉଣ୍ଟର ଟିକେଟ୍ ବିକ୍ରି ପ୍ରସଙ୍ଗରେ ରବିବାର ହକି ଇଣ୍ଡିଆ ଘୋଷଣା କରିଛି । ପ୍ରତିଯୋଗିତାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୭ ତାରିଖରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । ଏହି ବର୍ଣ୍ଣାଢ୍ୟ ଉତ୍ସବ ପାଇଁ ସ୍ବତନ୍ତ୍ର ଟିକେଟ୍ ବ୍ୟବସ୍ଥା ହୋଇଛି । ଯାହାର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି । ୧୫ ତାରିଖରୁ ଏହି ପ୍ରତୀକ୍ଷିତ ଟିକେଟରେ ବିକ୍ରି ଉଭୟ ଅନଲାଇନ ଓ ଅଫଲାଇନରେ ହେବ ।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023