କୋଣାର୍କ ବୁଲିନପାରି ଫେରିଲେ ହଜାର ହଜାର ପର୍ଯ୍ୟଟକ ; ଟିକେଟ୍ ନମିଳିବାରୁ ତାତିଲେ, ସୁରକ୍ଷାକର୍ମୀଙ୍କ ସହ ମୁହାମୁହିଁ

Published By : Prameya-News7 Bureau | December 24, 2019 IST

ଭୁବନେଶ୍ବର ୨୪।୧୨:  କୋଣାର୍କରେ ଅବ୍ୟବସ୍ଥା । ଟିକେଟ୍ ନମିଳିବାରୁ କୋଣାର୍କ ଭିତରକୁ ଯାଇପାରୁନାହାନ୍ତି ପର୍ଯ୍ୟଟକ । ଏକ୍ସମାସ ହଲିଡେ ହୋଇଥିବାରୁ କୋଣାର୍କରେ ଆଜି ନାହିଁନଥିବା ଭିଡ ଦେଖିବାକୁ ମିଳିଥିଲା । ଟିକେଟ୍ କାଉଣ୍ଟରରେ ଲାଗିଥିଲା ଲମ୍ବା ଲାଇନ୍ ।

{"id":201974,"sizeSlug":"large"}

ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ବେଳେ ଗୋଟିଏ ଥରରେ ଦୁଇ ଶହ ଲୋକ ଭିତରକୁ ଛାଡିବାର ବ୍ୟବସ୍ଥା ରହିଛି । ଆଜି ସକାଳୁ ପାଖାପାଖି ୧୦ ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ପରିଦର୍ଶନରେ ଆସିଥିବା ସମୟରେ ପର୍ଯ୍ୟଟକଙ୍କ ପାଇଁ ରହିଥିବା ନିୟମ ଅନେକଙ୍କୁ ନିରାଶ କରିଛି । ଯାହାଫଳରେ ସୁରକ୍ଷା କର୍ମୀ ଓ ପର୍ଯ୍ୟଟକ ମୁହାଁମୁହିଁ ହୋଇଛନ୍ତି ।

{"id":201973,"sizeSlug":"large"}

ପ୍ରଶ୍ନ ଉଠୁଛି ପର୍ଯ୍ୟଟନ ଋତୁ ସମୟରେ ଲୋକଙ୍କର ଭିଡକୁ ଦେଖି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉ ନାହିଁ କାହିଁକି । ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉନାହିଁ କାହିଁକି । ଯଦି ଏଭଳି ଭିଡ ହେଉଛି ତେବେ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଉନାହିଁ କାହିଁକି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.