ବାଲେଶ୍ବର ଷ୍ଟେସନରୁ ଟିକେଟ୍ ଦଲାଲ ଗିରଫ, ୨ ଲକ୍ଷରୁ ଅଧିକ ଟଙ୍କାର ଟିକେଟ୍ ଜବତ

Published By : Prameya-News7 Bureau | June 16, 2019 IST

ବାଲେଶ୍ବର ୧୬|୬: ବାଲେଶ୍ବର ଷ୍ଟେସନ ଟିକେଟ କାଉଣ୍ଟର ନିକଟରୁ ଆଜି ଦିନ ୧୨ଟାରେ ଖଡ଼ଗପୁର ସିଆଇବି ଓ ଅରପିଏଫ ମିଳିତ ଚଢ଼।ଉ କରି ବେନିୟମ ଭାବରେ ଟିକେଟ୍  କାଟିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା ନିକଟରୁ ୩୩ଟି ଟିକେଟ୍, ୧୯ଟି କ୍ୟାନସେଲ ଟିକେଟ ଓ ୬୮୦୦ଟଙ୍କା ଜବତ କରିଛି। ଏହି ୩୩ଟି ଟିକେଟର ମୂଲ୍ୟ ୨ଲକ୍ଷ ୩୦ହଜାର ୪୪୦ଟଙ୍କା ହୋଇଥିବା ବେଳେ କ୍ୟାନସେଲ ଟିକେଟର ମୂଲ୍ୟ ୧ ଲକ୍ଷ ୫୫ହଜାର ୧୩୧ଟଙ୍କା ବୋଲି ଜଣାପଡ଼ଛି।

{"id":123532}

ଗିରଫ ବ୍ୟକ୍ତି ହେଲେ ନିତାଇ ଦାସ। ତାଙ୍କ  ଘର ପଶ୍ଚମବଙ୍ଗ ନେକୁଡ଼ୁସୁନିରେ । ଖଡ଼ଗପୁର ସିଆଇବିର ଇନ୍ସପେକ୍ଟର ସୁରେଶ କୁମାରଙ୍କ ନେତୃତ୍ବରେ ଏକ ୫ ଜଣିଆ ଦଳ ବାଲେଶ୍ବର ଆସି ଆରପିଏଫଙ୍କ ସହଯୋଗରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିଛନ୍ତି । ନିତାଇ ଦାସଙ୍କ ନାମରେ ଆଗରୁ ଅଭିଯୋଗ ରହିଥିଲା । ନିତାଇ ଦାସ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟିକେଟ୍ କାଟିଥିବାର କହିଛନ୍ତି । ଜଣେ ବ୍ୟକ୍ତି ଏକ ସମୟରେ ଏତେଗୁଡ଼ିଏ ଟିକେଟ କାଟିବାର ନିୟମ ନଥିବାରୁ ତାକୁ ଧରାଯାଇ ତାର ଟିକେଟ୍ ଗୁଡ଼ିକୁ ସିଜ୍ କରାଯିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.