ମ୍ୟାଚ୍ ପୂର୍ବରୁ ଟିକେଟ କଳା ବଜାରୀ, ବନ୍ଧାହେଲେ ୫ ଅଭିଯୁକ୍ତ
18/01/2023 at 10:56 AM

ଭୁବନେଶ୍ୱର ୧୮/୦୧: ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଜାରି ରହିଛି ହକି ବିଶ୍ୱକପ୍ ୨୦୨୩ । କଳିଙ୍ଗ ଷ୍ଟାଡିୟମରେ ଜାରି ରହିଛି ଜବରଦସ୍ତ ଲଢେଇ । ତେବେ ଭାରତ ମ୍ୟାଚ ପୂର୍ଵରୁ ରାଜଧାନୀରେ ଚାଲିଛି ଟିକେଟ କଳା ବଜାରୀ ।
୧୯ ଜାନୁୟାରୀରେ ଖେଳାଯିବ ଏହି ବହୁ ପ୍ରତିକ୍ଷୀତ ମ୍ୟାଚ୍ । ହେଲେ ଏହା ପୂର୍ବରୁ ଗିରଫ ହୋଇଛନ୍ତି ୫ ଅଭିଯୁକ୍ତ । ୫ ଅଭିଯୁକ୍ତକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଭାରତ-ୱେଲସ ମ୍ୟାଚର ଟିକେଟକୁ ସୋସିଆଲ ମିଡ଼ିଆରେ ଆଡ଼ ଦେଇ କଳା ବଜାରୀ କରୁଥିଲେ ଅଭିଯୁକ୍ତମାନେ । ଏହି ଅଭିଯୁକ୍ତମାନେ ୧୦୦ ଟଙ୍କା ଟିକେଟକୁ ହଜାରେ ଓ ୨୦୦ ଟଙ୍କା ଟିକେଟକୁ ୨ ହଜାରରେ ବିକୁଥିବା ନେଇ ଅଭିଯୋଗ ହୋଇଥିଲା ।