scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟିକେଟ୍ କଳାବଜାରୀର ନୂଆ ତରିକା ! ଖେଳ ଦେଖିବେ ନାହିଁ କିନ୍ତୁ କିଣୁଛନ୍ତି ଟିକେଟ୍, ତାପରେ ବ୍ଲାକ୍

19/12/2019 at 3:30 PM

କଟକ ୧୯।୧: ବିଶାଖପାଟଣା ଦିନିକିଆରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଏବେ ସମସ୍ତଙ୍କ ନଜର କଟକ ବାରବାଟୀ ମୁକାବିଲା ଉପରେ । ସିରିଜ୍ ୧-୧ରେ ବରାବର ଥିବାବେଳେ ୨୨ରେ କଟକ ବାରବାଟୀରେ ଇଣ୍ଡିଆ- ଇଣ୍ଡିଜ୍ ନିର୍ଣ୍ଣାୟକ ମୁକାବିଲା । ଏଥିପାଇଁ ଆଜି ବାରବାଟୀ କାଉଣ୍ଟରରେ ଟିକେଟ୍ ମିଳୁଛି ।

ଆଜି ସକାଳ ୯ ଟାରେ ଖୋଲିଛି ଟିକେଟ୍ କାଉଣ୍ଟର୍ । ତେବେ ଗତ ରାତିରୁହିଁ କାଉଣ୍ଟର ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । କାଉଣ୍ଟରରେ ଟିକେଟ୍ ବିକ୍ରି ପାଇଁ ୧୦ ହଜାର ଟିକେଟ୍ ରହିଛି । ହେଲେ ରାତିରୁ ଧାଡି ଲଗାଇଛନ୍ତି ୪୦ହଜାର ଲୋକ । ସାଧାରଣ ଲୋକମାନଙ୍କ ପାଇଁ ୧୯ ଓ ୨୦ ତାରିଖ ଦୁଇ ଦିନ ରଖା ଯାଇଛି । କାଉଣ୍ଟରରେ ଜଣେ ଦର୍ଶକ ସର୍ବାଧିକ ଦୁଇଟି ଟିକେଟ୍  କିଣିପାରିବ। ଟିକେଟ କିଣିବା ବେଳେ ନିଜର ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ।

ଟିକେଟ୍ ବିକ୍ରି ଶୃଂଖଳିତ କରିବା ପାଇଁ ମୁତୟନ ହୋଇଛନ୍ତି ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ। କଳାବଜାରି ରୋକିବାକୁ ଟିକଟ ବିକ୍ରି କାଉଣ୍ଟରରେ ସିସିଟିଭି କ୍ୟାମେରା ଲାଗିଛି । ହେଲେ ଏଭିତରେ ବି ଚାଲିଛି ସନ୍ଦେହଜନକ କାରବାର । ନ୍ୟୁଜ୍ ୭ ପ୍ରତିନିଧିଙ୍କ ଆଖିରେ ପଡ଼ିଛି କିଛି ସନ୍ଦେହଜନକ ଦୃଶ୍ୟ । ଆଉ ସେହି ଦୃଶ୍ୟ ହେଉଛି ଟିକେଟ କିଣୁଥିବା ଦର୍ଶକଙ୍କୁ ନେଇ।

ଆଖି ଆଗରେ ପଡ଼ିଥିଲେ କିଛି ମହିଳା। ଆମ ପ୍ରତିନିଧି ଅନୁମାନ କରିଥିଲେ ଯେଉଁମାନେ ହୁଏତ ଖେଳ ଦେଖିବେ ନାହିଁ କିନ୍ତୁ ଟିକେଟ କିଣିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି । ଆଉ ସେମାନଙ୍କଠୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ଆମ ପ୍ରତିନିଧି । ତେବେ ଯାହା ସନ୍ଦେହ କରାଯାଇଥିଲା ଲମ୍ବା ଲାଇନରେ ଠିଆ ହୋଇଥିବା  ମହିଳାଙ୍କ ପ୍ରତିକ୍ରିୟାରେ ସେ ଝଲକ ଦେଖିବାକୁ ମିଳିଥିଲା ।

   Related Posts