ଚୀନର ଆଉ ଏକ ନୂଆ ଚାଲ୍‌, ତିବ୍ବତୀୟ ଯୁବକଙ୍କୁ ଦେଉଛି ସୈନ୍ୟ ପ୍ରଶିକ୍ଷଣ, ସେନାରେ ସାମିଲ ପାଇଁ କରୁଛି ଯୋଜନା

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୯/୦୭: ଭାରତ ପାଖରୁ ଦେଖି ଚୀନ ସେନା ଏବେ ଉଚ୍ଚ ସ୍ଥାନରେ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବାକୁ ନୂଆ ଚାଲ ରଚିଛି। ତିବ୍ବତୀୟ ସୈନିକମାନଙ୍କୁ ଟ୍ରେନିଂ ଦେଉଛି ଡ୍ରାଗନ ସେନା । ଏଏନଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତିବ୍ବତୀୟ ସୈନିକଙ୍କୁ ସେନାରେ ସାମିଲ କରିବା ପୂର୍ବରୁ ଚୀନ ଏକ ଅଭ୍ୟାସର ଆୟୋଜନ କରିଥିଲା। ଏଥିରେ ମ୍ୟାନଲାଣ୍ଡ ଚାଇନା ଭାଷା ଶିଖିବା ସହ ସେମାନଙ୍କ ପ୍ରଥା ଏବଂ ବିଶ୍ବସନୀୟତା ପରୀକ୍ଷା ସାମିଲ ଥିଲା।

ଚୀନ ଏବେ ଭାରତୀୟ ବିଶେଷ ସୀମା ବଳ ଭଳି ନିଜର ଏକ ଟିମ୍‌ ଗଠନ କରିବାକୁ ପ୍ରସ୍ତୁତି କରୁଛି। ଏଥିରେ ଅନେକ ତିବ୍ବତ ଯୁବକ ସାମିଲ ଅଛନ୍ତି। ସେମାନେ ପାର୍ବତ୍ୟାଞ୍ଚଳରେ ଯୁଦ୍ଧ କରିବାରେ ମାହିର। ସେମାନଙ୍କ ସହାୟତାରେ ଚୀନ ଗତବର୍ଷ ଅଗଷ୍ଟରେ ପୋଙ୍ଗୟାଙ୍ଗ ତ୍ସ୍ୟୁର ଦକ୍ଷିଣ ତଟ ସହ ଉଚ୍ଚସ୍ଥାନକୁ କବଜା କରି ଭାରତ ଉପରେ ଚୀନକୁ ଆଗକୁ ଆଣିବାକୁ ଅଭିଯାନ କରିଥିଲେ।

ତିବ୍ବତୀୟ ସୈନିକଙ୍କୁ ବିଶେଷ ଅଭିଯାନ ପାଇଁ ଚୀନ ପ୍ରଶିକ୍ଷଣ ଦେଉଥିବା ବେଳେ ନିକଟରେ ଅଭ୍ୟାସ କରାଇଥିଲା। ଚୀନ ଏବେ ତିବ୍ବତୀୟ ସୈନିକଙ୍କୁ ନିଜ ସେନାରେ ସାମିଲ କରିବାକୁ ଚେଷ୍ଟା କରୁଛି। ଭାରତ ଏବଂ ଚୀନ ମଧ୍ୟରେ ଗତବର୍ଷ  ଏପ୍ରିଲ-ମେରୁ ବିବାଦ ଲାଗି ରହିଥିବା ବେଳେ ସ୍ପ୍ରିଙ୍ଗସ୍‌-ଗୋଗରା ସହିତ ଅନେକ ଅଂଶରେ ସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ଏବେ ସମାଧାନ ଖୋଜିବା ବାକି ଅଛି।

ଗତବର୍ଷ ପାଖରୁ ଲଦାଖରେ ହୋଇଥିବା ଦୁଇ ଦେଶର ସେନା ସଂଘର୍ଷ ପରଠୁ ବହୁ ବାର ଆଲୋଚନା ସରିଛି। କିନ୍ତୁ ବିବାଦର ସମାଧାନ ସମ୍ପୂର୍ଣ୍ଣ ରୂପେ ହୋଇନାହିଁ। ସେପଟେ ଏହାରି ଭିତରେ ସେନା ପକ୍ଷରୁ ମିଳୁଥିବା ସୂଚନା ଅନୁସାରେ ଚୀନ ତିବ୍ବତ ସ୍ବାୟତ୍ତ କ୍ଷେତ୍ରରୁ ବହୁ ସଂଖ୍ୟକ ତିବ୍ବତୀୟ ଯୁବକଙ୍କୁ ଡ୍ରାଗନ ସେନାରେ ସାମିଲ କରିବାକୁ ଜୋରଦାର ପ୍ରୟାସ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.