scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୁରୁବାର ଶେଷ ଦିନିକିଆ, ରୋହିତଙ୍କ ସହ କିଏ କରିବେ ଓପନିଂ ?

26/09/2023 at 6:23 PM

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ରାଜକୋଟ୍‌ରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆରେ  ଓପନର ଶୁଭମନ ଗିଲକୁ ବିଶ୍ରାମ ଦିଆଯାଇଛି। ଋତୁରାଜ ଗାଏକଓ୍ଵାଡଙ୍କୁ ଏସୀୟ କ୍ରୀଡ଼ା ପାଇଁ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଚୟନ କରାଯାଇଥିଲା। ତେଣୁ ତୃତୀୟ ଦିନିକିଆରେ ସେ ଦଳରେ ଉପଲବ୍ଧ ରହିବେ ନାହିଁ। ତେଣୁ ଆସନ୍ତାକାଲି ମ୍ୟାଚରେ କିଏ ଓପନିଂ କରିବ ତାହା ସବୁଠୁ ବଡ଼ ପ୍ରଶ୍ନ। ଅଧିନାୟକ ରୋହିତ ଶର୍ମା ଦଳକୁ ଫେରୁଥିବା ବେଳେ ତାଙ୍କ ସହିତ କିଏ ଓପନିଂ କରିବ ତାହା ଏବେ ଦେଖିବା ବାକି ରହିଲା।

Also read- ଟିମ୍‌ ଇଣ୍ଡିଆର ଦୂର ହେଲା ମିଡିଲ ଅର୍ଡର ସମସ୍ୟା, ବିଶ୍ୱକପ୍‌ ପୂର୍ବରୁ ଫର୍ମକୁ ଫେରିଲେ ଦୁଇ ଷ୍ଟାର ବ୍ୟାଟର

ରୋହିତ ଶର୍ମାଙ୍କ ସହିତ ଇଶାନ କିଶନ ଓପନିଂ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଇଶାନ ଏହି ସିରିଜରେ ନମ୍ବର ୫ରେ ବ୍ୟାଟିଂ କରୁଛନ୍ତି। ଇଶାନଙ୍କୁ ଯେବେ ବି ସୁଯୋଗ ମିଳିଛି ସେ ଓପନିଂ ପାଇଁ ସର୍ବଦା ପ୍ରସ୍ତୁତ ଥାଆନ୍ତି। ଏସିଆ କପ୍ ଫାଇନାଲରେ ସେ ସେ ଶୁଭମନଙ୍କ ସହ ଓପନିଂ କରିଥିଲେ ଏବଂ ଭାରତୀୟ ଦଳକୁ ୧୦ ଓ୍ଵିକେଟ୍‌ରେ ଜିତାଇଥିଲେ। ତେଣୁ ଆସନ୍ତାକାଲି ମ୍ୟାଚ୍‌ରେ ରୋହିତ ଓ ଇଶାନ ଓପନିଂ କରିବା ପ୍ରାୟତଃ ନିଶ୍ଚିତ।

Ex-India player dissects Ishan's sedate knock, names Rohit's new opening  partner | Cricket - Hindustan Times
HindustanTimes

ସେପଟେ ରାଜକୋଟରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ରେ ଯଶପ୍ରୀତ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସେ ପ୍ରସିଦ୍ଧ କୃଷ୍ଣଙ୍କ ସ୍ଥାନ ଖେଳିବେ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶାର୍ଦ୍ଦୁଳ ଠାକୁରଙ୍କ ଜାଗାରେ ଖେଳୁଥିବା ପ୍ରଶଂସକ ଦେଖିବାକୁ ପାଇବେ। ଠାକୁରଙ୍କୁ ମଧ୍ୟ ଶେଷ ଦିନିକିଆରେ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକଙ୍କୁ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବିଶ୍ରାମ ଦିଆଯାଇଥିଲା। କୁଲଦୀପ ଯାଦବ ମଧ୍ୟ ଶେଷ ଦିନିକିଆରେ ଚୂଡ଼ାନ୍ତ ଏକାଦଶରେ ନଜର ଆସି ପାରନ୍ତି।

   Related Posts