ଗୁରୁବାର ରାଶିଫଳ: ଜାଣନ୍ତୁ କେମିତି କଟିବ କାଲିର ଦିନ

Published By : Prameya-News7 Bureau | August 25, 2021 IST

ମେଶ – ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢିଯାଇପାରେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୮ ।
• ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି- ଅର୍ଥ ହାନୀ ହେବ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ- ଧାର୍ମିକ ହେବେ ।

ବୃଷ – କର୍ମକ୍ଷେତ୍ରରେ ଧନ ବଢିବାର ଯୋଗ ଅଛି । ବିଦ୍ୟ କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ । ପ୍ରିୟ ପରିଜନଙ୍କ ସହିତ ଖୁବ୍‌ ମଉଜ କରିବେ ।
• ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

ମିଥୁନ - ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟ ସହାନୁଭୂତି ଲାଭ କରିବେ । ବାଟରେ ବନ୍ଧୁ ଠାରୁ ଅର୍ଥ ସାହାର୍ଯ୍ୟ ପାଇ ଖୁସି ହେବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୧ ।
• ଚାଷୀ- ଶ୍ରମ ସାର୍ଥକ ହେବ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ- ଆଧ୍ୟାତ୍ମିକ କାମରୁ ଆଜିର ଦିନଟି ଆରମ୍ଭ ହେବ । ଆପନ ଟିକେ ଅଧିକ ପରିଶ୍ରମ ବି କରନ୍ତି । ଆଗକୁ ସରକାରୀ ସ୍ତରରେ ବିଶେଷ ଲାଭବାନ୍‌ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।
• ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
• ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
• କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ସୁଖୀ ହେବେ ।

ସିଂହ – ଦିନଟି ଶୁଭରେ କଟିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମହିଳାମାନେ ଧର୍ମ ପରାୟଣ ହେବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
• ଚାଷୀ- ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
• ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
• କର୍ମଜୀବି- ଅର୍ଥ ହାନୀ ହେବ ।
• ବ୍ୟବସାୟୀ- ଅର୍ଥ ହାନୀ ହେବ ।
• ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କନ୍ୟା – ଦିନଟି ସୁଖ ଏବଂ ସୌଭାଗ୍ୟର ଦିନ । ଆର୍ଥିକ ସଫଳତା ରେ ବାଧା ହେବ । ଛାତ୍ରଚାତ୍ରୀମାନେ ବିଦ୍ୟାକ୍ଷେତ୍ରରେ ମନ ଦେବେ ନାହିଁ । ମହିଳାମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଚେଷ୍ଟିତ ହେବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୭ ।
• ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ତୁଳା – ବିଭିନ୍ନ ପ୍ରକାର ରୁଚିବିରୁଦ୍ଧ କାର୍ଯ୍ୟ ମାନସିକ ଅସ୍ଥିରତା ସୃଷ୍ଟି କରିବ । ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହୋଇପାରେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।
• ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ପ୍ରଶଂସିତ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ସୁଖ ଅନୁଭବ କରିବେ ।

ବିଛା – ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବା ସକାଶେ ସର୍ବଦା ଚେଷ୍ଟିତ ରହିବ । ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୨ ।
• ଚାଷୀ- ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
• କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ସୁଖଭାରା ଦିନଟି ।

ଧନୁ – ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କିଛି ଗୁପ୍ତକଥା , କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୯ ।
• ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଅର୍ଥ ହାନୀ ହେବ ।
• ଗୃହିଣୀ- ଧାର୍ମିକ ହେବେ ।

ମକର – ଆପଣ ଖର୍ଚ୍ଚାନ୍ତ ହେବେ ସିନା ଆଜି କୌଣସି କାମ ଅଟକିବ ନାହିଁ । ମାଲିମୋକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।
• ଚାଷୀ- ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

କୁମ୍ଭ - ଆଜି ଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁନା କାହିଁକି ଲାଭବାନ୍‌ ନିଶ୍ଚିତ ହେବେ । ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ, ଏଣୁ ସତର୍କ ରହିବା ଭଲ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।
• ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମୀନ - ଆଜି ଦିନଟି ଆନନ୍ଦର ଦିନ । ଶାରିରୀକ ଅସୁସ୍ଥତା ଦୂର ହେବ । ଆର୍ଥିକ ଉନ୍ନତି ହେବ । ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଦୂର ଯାତ୍ରା କରିବେ । । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
• ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
• କର୍ମଜୀବି- ପ୍ରଶଂସିତ ହେବେ ।
• ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.